ଓଡ଼ିଶା

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

 

ବ୍ରହ୍ମପୁର, ୨୮/୦୬ (ସୁବାସ ଚନ୍ଦ୍ର ପାଢ଼ୀ) – ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ଉପରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଚାଲାଇଛି। ବ୍ରହ୍ମପୁର ରାମହରିନଗର ତିନି ମହଲା ବାସଭବନ, ଆଙ୍କୁଲି ଓ ପୁରୀର ଫ୍ଲାଟ୍, ଗୁଡ଼ିଆଳିର ପୈତୃକ ଘର ଓ ଶ୍ୱଶୁରଙ୍କ ବେଢ଼ ସହିତ ମୋଟ ୭ଟି ସ୍ଥାନରେ ଏକସାଥି ତଦନ୍ତ ଜାରି ରହିଛି।

ସର୍ଚ୍ଚ ଓ୍ବାରେଣ୍ଟ ଅନୁମତି ପରେ ଭିଜିଲାନ୍ସ ବ୍ରହ୍ମପୁର ଟିମ୍‌ ୬ ଡିଏସ୍‌ପି ଓ ୭ ଇନ୍ସପେକ୍ଟର ସହିତ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବ୍ୟବହୃତ ଥିବା ବ୍ୟାଙ୍କ ଖାତା, ଲକ୍ଷାଧିକ ମୂଲ୍ୟର ଜମି, ଗାଡ଼ି ଓ ଗୋପନ ଲେନଦେନ ନେଇ ତଦନ୍ତ ଚାଲିଛି। ସମ୍ଭବତଃ ଏହା ଗଞ୍ଜାମ ଜିଲ୍ଲାର ଏକ ବୃହତ୍ତମ ଆୟ ବର୍ହିଭୂତ ମାମଲା ବୋଲି ପ୍ରାଥମିକ ତଥ୍ୟ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com