ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ପୁରୀରେ ଗୌତମ ଅଦାନୀ

ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଯୋଗ ଦେବେ ଗୌତମ ଅଦାନୀ

 

ପୁରୀ, ୨୮ା୬: ଓଡ଼ିଶାକୁ ଆସିପହଞ୍ଚିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ସେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ଏହି ସକାଳେ ପୁରୀ ଆସିଛନ୍ତି। ଏଠାରେ ସେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ଅଂଶ ନେବେ ଓ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ଆଦାନୀଙ୍କ ଆଗମନକୁ ନେଇ ପୁରୀରେ ଆସାନ୍ତା ବୃହତ୍ ପ୍ରକଳ୍ପ ଓ ବୈପାରୀକ ନିବେଶ ନେଇ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ଅନ୍ୟପଟେ ଶନିବାର ସକାଳେ ବଡ଼ଦାଣ୍ଡରେ ମହାବାହୁଙ୍କ ରଥ ଗଡ଼ିଛି। ଶୁକ୍ରବାର ବେଳେ ଏହି ରଥ ଅଟକି ଯାଇଥିଲା କାରଣ ରାତି ହୋଇଯାଇଥିଲା ଓ ଭକ୍ତମାନେ କର୍ଡନ ଭିତରକୁ ପଶିଥିଲେ। ଅଧିକ ସଂଖ୍ୟାରେ ଭକ୍ତଙ୍କ ଉପସ୍ଥିତି ଦେଖି ପ୍ରଶାସନ ରଥଟଣା ବନ୍ଦ କରିଥିଲା। ଆଜି ସକାଳରେ ଶୃଙ୍ଖଳାବଦ୍ଧ ଭାବରେ ରଥ ଟଣା ଆରମ୍ଭ ହୋଇଛି ଓ ଘଣ୍ଟ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଉଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଏହି ବର୍ଷ ଅଧିକ ଭକ୍ତ ଆସିଥିବାରୁ ରଥ ଅଲ୍ପ ବିଳମ୍ବରେ ଗଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com