
ଭୁବନେଶ୍ୱର, ୧ା୭: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ ଆକ୍ରମଣ କରାଯାଇଥିବା ଘଟଣାକୁ ନେଇ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ତୀବ୍ର ଭାବରେ ନିନ୍ଦା କରିଛି। ସଂଘର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି ଯେ, ଏଭଳି ବର୍ବର ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ। ଏହି ଘଟଣା ପରେ ମଙ୍ଗଳବାରଠାରୁ ସମସ୍ତ ଓଏଏସ୍ ଅଫିସର ଛୁଟିରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା।
ହେଲେ ସୋମବାର ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସଂଘ ସଦସ୍ୟଙ୍କର ଆଲୋଚନା ପରେ, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଟୁଇନ୍ସିଟି କମିଶନରଙ୍କ ଉପସ୍ଥିତିରେ ଏହି ଅନ୍ଦୋଳନକୁ ସ୍ଥଗିତ କରିବାକୁ ସଂଘ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ OAS ସଂଘ ଆଜିଠୁ ଆନ୍ଦୋଳନରୁ ବିରତ ରହିଛି, ଯଦିଓ ପ୍ରାରମ୍ଭରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଥିଲା।