ଜାତୀୟରାଜନୀତି

ଗୋଆରେ ବିଜେପି ୨୦ଟି ଆସନରେ ବିଜୟୀ, ଆଜି ସଂଧ୍ୟା ସୁଦ୍ଧା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବ

ଗୋଆ : ଗୋଆରେ  ବିଜେପି ୨୦ଟି ଆସନରେ ବିଜୟ ହାସଲ କରିଛି । ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟରେ ଏ ନେଇ ଉଲ୍ଲେଖ ରହିଛି । ଏହା ସହିତ ଦଳକୁ ୩ ସ୍ବାଧୀନ  ବିଧାୟକଙ୍କ ସମର୍ଥନ ମିଳିଛି । ଏଣୁ  ଗୋଆରେ ପୁଣି ବିଜେପି ସରକାର ଗଢିବା ଏକରକମ ନିଶ୍ଚିତ ହୋଇଯାଇଛି । ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ହିଁ ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବ ।

ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁସାରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ଆସନରେ ବିଜେପି ୨୦ଟି ଆସନରେ ବିଜୟୀ  ହୋଇଛି । କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିବାବେଳେ ୨ଟି ଆସନରେ ଆଗୁଆ ରହିଛି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଦୁଇଟି  ଆସନରେ ବିଜୟୀ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com