ଓଡ଼ିଶା

ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ

ବଲାଙ୍ଗୀର, ୨ା୭: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ହଷ୍ଟେଲ ଫି’ ବୃଦ୍ଧି ବିରୋଧରେ ଛାତ୍ରୀଛାତ୍ର ଆନ୍ଦୋଳନ ଜୋର ଧରିଛି। ଏହି ବର୍ଷ ହଷ୍ଟେଲ ଫି’ ୩ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ବଢିଥିବାରୁ ଶହଶହ ଛାତ୍ରୀଛାତ୍ର ଭି. ସିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରୁଛନ୍ତି। ଅନ୍ତେବାସୀ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଫି’ ବଢ଼ିଥିଲେ ମଧ୍ୟ ହଷ୍ଟେଲରେ କୌଣସି ନୂଆ ସୁବିଧା ଯୋଗାଯାଇନାହିଁ ଓ ସେମାନେ ଅନେକ ଅସୁବିଧା ମଧ୍ୟରେ ରହିବାକୁ ବାଧ୍ୟ ହେଉଛନ୍ତି।

ବଲାଙ୍ଗୀର ଯେପରିକି ଏକ ଦାଦନ ପ୍ରବଣ ଜିଲା, ତେଉଁଠାରୁ ଅଧିକାଂଶ ଗରିବ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରେ ଅଭ୍ୟାସ କରୁଛନ୍ତି। ସେମାନଙ୍କ ପାଇଁ ଏହି ଅତିରିକ୍ତ ଅର୍ଥଭାର ବହନ କରିବା କଠିନ ହେଉଛି ବୋଲି ସେମାନେ କହିଛନ୍ତି। କଳାହାଣ୍ଡି ଓ ସମ୍ବଲପୁର ଭଳି ପାଖପଡ଼ୋଶି ଜିଲ୍ଲାରେ ଯେଉଁଠି ଫି’ ଅନେକ କମ୍ ରହିଛି, ତାହା ଅନୁପାତରେ ବଲାଙ୍ଗୀରରେ ବୃଦ୍ଧି ପ୍ରସ୍ନ ଉଠାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ଛାତ୍ର ରାଜନୈତିକ ସଂଗଠନ ମଧ୍ୟ ସମର୍ଥନ କରି ଧାରଣାରେ ଯୋଗ ଦେଉଛନ୍ତି। ଏଥିପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଉମାଭଲ୍ଳଭ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ହଷ୍ଟେଲ ସୁରକ୍ଷା ବଢାଇବା ଦୃଷ୍ଟିରୁ ଗତ ବର୍ଷଠାରୁ ଫି’ ବୃଦ୍ଧି ହୋଇଥିଲା ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ ଖୋଜାଯିବ।

Related Articles

Back to top button