ତୃଟି ହୀନ ନୀତିକ୍ରାନ୍ତି ଓ କୋଣସି ପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ ।

ପୁରୀ ୦୨/ଜୁଲାଇ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀର ସର୍କିଟ ହାଉସରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା, ସୁନା ବେଶ ଓ ନୀଳାଦ୍ରି ବିଜେ ଭଳି ଗୁରୁତ୍ୱପୂର୍ଣ୍ଣ ଯାତ୍ରାଗୁଡିକୁ ନେଇ ଏକ ବୈଠକ କରିଛନ୍ତି। ଏହି ଯାତ୍ରାଗୁଡିକ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବେ ବୋଲି ସମ୍ଭାବନା ରହିଛି। ତେଣୁ ଭିଡ଼ ପରିଚାଳନା, ଟ୍ରାଫିକ ବ୍ୟବସ୍ଥା, ଆରକ୍ଷା ଓ ସୁନିଶ୍ଚିତ ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ଗଭୀର ଆଲୋଚନା କରିଛନ୍ତି। ଭୁବନେଶ୍ୱର-ପୁରୀ ଓ କୋଣାର୍କ-ପୁରୀ ରାସ୍ତା ଉପରେ ଅଧିକ ଭିଡ଼ ରହିବାର ସମ୍ଭାବନା ରହିଛି। ଏହିଥିରେ ଯାତ୍ରାର ଦିନ ଟ୍ରାଫିକ୍ ଆବରୋଧ ହେବା ଦେଖି ଅଗ୍ରିମ ଯୋଜନା କରାଯାଇଛି। ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ଯେ ଯାତ୍ରା ଦିନରେ ସଫଳ ଭାବେ ଯାତ୍ରା ଚାଳନା ଓ ଶ୍ରଦ୍ଧାଳୁ ସୁବିଧା ଦେବେ।ବୈଠକରେ ସେବାୟତମାନେ ତାଙ୍କର ସମସ୍ୟା ବିଷୟରେ ଦରଖାସ୍ତ ଦେଇଛନ୍ତି, ଓ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କ ପାଇଁ ତାଙ୍କର ଦ୍ୱାର ଖୋଲା ଅଛି। ରଥଯାତ୍ରା ସଫଳ କରିବା ପାଇଁ ଆଇନମନ୍ତ୍ରୀ, ସାଂସଦ, ବିଧାୟକ ଓ ଶାସନ ସଚିବମାନେ ସମ୍ପୂର୍ଣ୍ଣ ତଦାରଖ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ଘଟିଥିବା ଅଘଟଣ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି, ଯେଉଁଥିରେ ଭିଡ଼ ବ୍ୟବସ୍ଥା ଓ ପୁଲିସ ନିୟନ୍ତ୍ରଣ ରେ ତ୍ରୁଟି ଥିଲା। ଦାୟିତ୍ୱ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗାମୀ ଯାତ୍ରା ଗୁଡ଼ିକ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ହେବାକୁ ପ୍ରସ୍ତୁତି ଜାରି ଅଛି।