ଅନ୍ୟାନ୍ୟମନୋରଞ୍ଜନ

ପୁଣି ବନ୍ଦ ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ: ୨୪ ଘଣ୍ଟାରେ ମାତ୍ର ଖୋଲି ଥିବା ଆକାଉଣ୍ଟ ପୁଣି ଅଦୃଶ୍ୟ ।

ନୂଆଦିଲ୍ଲୀ ୦୩/ଜୁଲାଇ : ପାକିସ୍ତାନୀ ସେଲିବ୍ରିଟି ଓ ମିଡିଆ ପ୍ଲାଟଫର୍ମ ସମ୍ପର୍କରେ ଭାରତରେ ନୂଆ ପଦକ୍ଷେପ ଆଉଥରେ ଚର୍ଚ୍ଚାରେ ଆସିଛି। ମାତ୍ର କାଲି ଯେଉଁ ଆକାଉଣ୍ଟ ଓ ଚ୍ୟାନେଲଗୁଡିକୁ ଭାରତରେ ଖୋଲି ଦିଆଯାଇଥିଲା ହାନିଆ ଆମିର, ସାହିଦ ଆଫ୍ରିଦି, ମହିରା ଖାନ୍, ଫଓ୍ଵାଦ ଖାନ୍ ଭଳି ପ୍ରସିଦ୍ଧ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଓ ଏକ୍ସ ଆକାଉଣ୍ଟ, ସେଗୁଡିକୁ ପୁଣିଥରେ ବ୍ୟାନ୍ କରାଯାଇଛି। ଏହି ଆକାଉଣ୍ଟଗୁଡିକ ଆଜି ସକାଳଠାରୁ ଭାରତରେ ଅନୁପଲବ୍ଧ ହେଉଛି ବୋଲି ଉପଭୋକ୍ତାମାନେ ଅଭିଯୋଗ କରୁଛନ୍ତି। ସରକାରୀ ସ୍ତରରେ କୌଣସି ଅଧିକୃତ ଘୋଷଣା ନ ଥିଲେ ମଧ୍ୟ, ଏହି ବ୍ୟାନ୍ ପଛରେ ଅପପ୍ରଚାର ଓ ଦଙ୍ଗାକୁ ଓତ୍‌ପ୍ରୋତ କରୁଥିବା ମାନସିକତାକୁ ଦାୟୀ କରାଯାଉଛି। ଅପରେସନ ସିନ୍ଦୂ ସମୟରେ ଯେଉଁପରି ପାକିସ୍ତାନୀ ମିଡିଆ ଓ ସେଲିବ୍ରିଟି ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ସେହିପରି ପରିସ୍ଥିତି ପୁଣି ସୃଷ୍ଟି ହେବାର ଅନୁମାନ କରାଯାଉଛି। ଗତକାଲି ଖୋଲିଥିବା *ହମ୍ ଟିଭି*, *ଏଆରଓଇ ଡିଜିଟାଲ୍*, ଓ *ହର ପାଲ ଜିଓ* ଭଳି ଚ୍ୟାନେଲ ଏବଂ ସେଲିବ୍ରିଟି ଆକାଉଣ୍ଟ ଆଜିଠୁ ଆଉ ଭାରତରେ ଦେଖିବାକୁ ମିଳୁନି। ଏହି ବ୍ୟାନ୍ ପାଖରେ କୌଣସି ନୂଆ ନୀତି ବା ଅନୁସୂଚନା ଆସିନଥିବାରୁ ଏହା ପଛରେ ସାମ୍ପ୍ରତିକ ଆନ୍ତର୍ଜାତିକ ଅପରାଧିକ ଘଟଣା ବା ରାଜନୈତିକ ତଣାବ ଥିବା ଅନୁମାନ ଜଣାଯାଉଛି।

Related Articles

Back to top button