ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶରଧାବାଲି ଦୁର୍ଘଟଣା: ତଦନ୍ତ ପାଇଁ ଜନସାଧାରଣଙ୍କ ସହଯୋଗ ମାଗିଲେ ଅନୁ ଗର୍ଗ

ଭୁବନେଶ୍ୱର, ୪।୭: ପୁରୀର ଶରଧାବାଲି ଦଳାଚକଟା ଘଟଣା ପରେ ତଦନ୍ତ କାର୍ଯ୍ୟ ଜାରି ଅଛି। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, ଯଦି ତାଙ୍କ ପାଖରେ ଘଟଣା ସମୟର କୌଣସି ଭିଡିଓ କିମ୍ବା ତଥ୍ୟ ଅଛି, ତେବେ ତାହା ତଦନ୍ତରେ ମଦଦ କରିପାରିବ। ସେ କହିଛନ୍ତି, “ଅନେକ ଲୋକ ସମୟରେ ଭିଡିଓ କରିଥିଲେ, ଯେଉଁଗୁଡିକ ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ।”

ଭିଡିଓ ବା ତଥ୍ୟଗୁଡ଼ିକୁ [email protected] ମେଲ୍ ମାଧ୍ୟମରେ ପଠାଇପାରିବେ। ଯଦି କେହି ସେଗୁଡ଼ିକୁ ସ୍ୱୟଂ ଭେଟି ଦେବାକୁ ଚାହାନ୍ତି, ସେମାନେ ଭୁବନେଶ୍ୱରର ରାଜ୍ୟ ଅତିଥି ଭବନ କିମ୍ବା ପୁରୀ ସ୍ପେଶାଲ୍ ସର୍କିଟ୍ ହାଉସ୍‌କୁ ଯୋଗାଯୋଗ କରିପାରିବେ। ଏହି ତଥ୍ୟଗୁଡ଼ିକ ତଦନ୍ତ ପ୍ରକ୍ରିୟାରେ ଗତି ଆଣିପାରିବ ବୋଲି ସେ ଆଶା କରିଛନ୍ତି।

ଅନୁ ଗର୍ଗ କହିଛନ୍ତି ଯେ, ତଦନ୍ତ ଚଳିଥିବା ସମୟରେ ସେ କୌଣସି ଚୂଡ଼ାନ୍ତ ମନ୍ତବ୍ୟ ଦେବେନି। ସମସ୍ତ ତଥ୍ୟ ଆସିବା ପରେ ମାତ୍ର ଏକ ସ୍ପଷ୍ଟ ଚିତ୍ର ମିଳିପାରିବ। ସେ ଏହି ଘଟଣା ଉପରେ ସାମାଜିକ ମାଧ୍ୟମରେ ଚାଲିଥିବା ଆଲୋଚନାକୁ ଦୃଷ୍ଟିରେ ରଖି, ଜନସାଧାରଣଙ୍କ ସହଯୋଗ ତଦନ୍ତକୁ ଶୀଘ୍ର ଓ ପାରଦର୍ଶୀ ଭାବେ ଗଢ଼ିବାରେ ସାହାଯ୍ୟ କରିବ ବୋଲି ଜଣାଇଛନ୍ତି।

 

Related Articles

Back to top button