Big data revealed about Air India plane crash, read......

ଅହେମ୍ମଦାବାଦ ୦୮/ଜୁଲାଇ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ବିଷୟରେ ସଂସଦର ପବ୍ଲିକ ଆକାଉଣ୍ଟ୍ସ କମିଟି (PAC) ସମ୍ପୂର୍ଣ୍ଣ ଗମ୍ଭୀରତା ସହିତ ବିଚାର ବିମର୍ଶ କରୁଛି। ଏହି ଦୁର୍ଘଟଣା ଉପରେ ଏୟାର ଇଣ୍ଡିଆ ପ୍ରତିନିଧିମାନେ ତାଙ୍କ ତରଫରୁ ଉତ୍ତର ଦାଖଲ କରିଛନ୍ତି, ଯେଉଁଥିରେ ସେମାନେ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନକୁ ସବୁଠାରୁ ସୁରକ୍ଷିତ ବୋଲି ବ୍ୟାଖ୍ୟା କରିଛନ୍ତି। ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବିମାନ କମ୍ପାନୀ ଏବଂ ବିମାନବନ୍ଦର ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଅନେକ ସଂସଦ ସଦସ୍ୟ ଏହି ଦୁର୍ଘଟଣା ରିପୋର୍ଟ କେବେ ପ୍ରସ୍ତୁତ ହେବ ବୋଲି ପଚାରିଥିଲେ ଓ ଏହା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କମିଟି ସଦସ୍ୟମାନେ ଏପ୍ରିଲ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀନଗର ଯାଉଥିବା ବିମାନ ଭାଡ଼ା ହଠାତ ବୃଦ୍ଧି ପାଇଁ ଚିନ୍ତା ଜଣାଇଥିଲେ। ସେମାନେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (BCAS) ଠାରୁ ଏହା ଉପରେ ଅଡିଟ ଦାବି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା କେ.ସି. ଭେନୁଗୋପାଳଙ୍କ ନେତୃତ୍ୱରେ PAC ସମିତି ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ ସହିତ ଦେଖା କରିଥିଲେ। ଜୁନ ୧୨ ରେ ଘଟିଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ବ୍ଲାକ ବକ୍ସ ତଥ୍ୟ କେବେ ଦେଖାଯିବ ଓ ବିଶ୍ଳେଷଣ କେବେ ସମାପ୍ତ ହେବ,ଏଥିପାଇଁ ସଦସ୍ୟମାନେ ମନ୍ତ୍ରଣାଳୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ।