ଓଡ଼ିଶାବାଣିଜ୍ୟ

There will be no oil problem, promises the Minister of Supplies.

ଭୁବନେଶ୍ୱର ୧୦/ଜୁଲାଇ : ୬ ଦଫା ଦାବି ନେଇ ତୃତୀୟ ଦିନ ହେଲା ରାଜ୍ୟ ବ୍ୟାପି ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି, ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ଏହା ସହ ରାଜ୍ୟରେ ବର୍ତ୍ତମାନ ତେଲ ସମସ୍ୟା ଦେଖା ଦେଉଛି । ପରିବହନ ସମ୍ପୂର୍ଣ ରୂପେ ଠପ ହେବ ସହ ରାଜ୍ୟରେ ତେଲ ତଥା ପେଟ୍ରୋଲ, ଡିଜେଲ ଅଭାବ ହେବାର ସୂଚନା ମିଳିଛି । ତୈଳର ଅଭାବ ପାଇଁ ଗାଡିଚାଳକ ମାନେ ଏକ ପ୍ରକାର ସମସ୍ୟାରେ ପଡିଯାଇଥିଲେ । ବୁଧବାର ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ଭରିବା ପାଇଁ ଗାଡି ଚାଲାକ ମାନଙ୍କର ଭିଡ ଲାଗିବାର ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରେସ ବାର୍ତ୍ତା ଜରିଆରେ ଗାଡି ଚାଳକ ମାନାଙ୍କୁ ଆଶ୍ୱାସନା ଦେଇଛନ୍ତି, ସେ କହିଛନ୍ତି ରାଜ୍ୟରେ କିଛି ତେଲ ସମସ୍ୟା ନାହିଁ, ଦେଢ଼ ସହ ଟ୍ୟାଙ୍କର ତେଲ ଭୁବନେଶ୍ୱରକୁ ଆସିବ, ୭୬ ଟ୍ୟାଙ୍କର ଏପର୍ଯ୍ୟନ୍ତ ଆସିସାରିଲାଣି, ସବୁ ସ୍ଥାନକୁ ତେଲ ପଠାଯିବ ଦିଆଯିବ, ଚିନ୍ତାର କିଛି ବିଷୟ ନାହିଁ । ଏହା ଏକ ପ୍ରକାର ଗାଡି ଚାଳକ ମାନଙ୍କ ପାଇଁ ଆଶ୍ୱାସନା ଥିଲା । ଆଗରୁ ଇରାନ-ଇସ୍ରାଏଲ ଯୁଦ୍ଧ ସମୟରେ ଆଶଙ୍କା କରାଯାଉଥିଲା, ଦେଶରେ ତେଲ ସମସ୍ୟା ଦେଖାଯିବ ହେଲା ତାହା ହୋଇନଥିଲା । କିନ୍ତୁ ଓଡିଶା ଡ୍ରାଇଭର ମହା ସଂଘ ପକ୍ଷରୁ ଆନ୍ଦୋଳନ ର ଆରମ୍ଭ ରୁ ତେଲ ସମସ୍ୟା ଦେଖା ଯାଉଛି , ହେଲେ ଦେଖିବାକୁ ବାକି ରହିଲା ବର୍ତ୍ତମାନ ହେଉଥିବା ତେଲ ସମସ୍ୟାର ସରକାର କେମିତି ନିରାକରଣ କରିବ ।

Related Articles

Back to top button