Featuredଅନ୍ୟାନ୍ୟ

The truth has come to light about why the Ahmedabad plane crash happened.

ଅହମ୍ମଦାବାଦ ୧୨/ଜୁଲାଇ : ଦେଶର ଏକ ଚିରସ୍ମରଣୀୟ ବିମାନ ଦୁର୍ଘଟଣା ଭାବରେ ଅହମଦାବାଦ ଏୟାର ଇଣ୍ଡିଆ ଡ୍ରିମଲାଇନର ଦୁର୍ଘଟଣା ଚିହ୍ନଟ ହୋଇଛି । ଏହି ଦୁର୍ଘଟଣାର ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ତଦନ୍ତ କରି ୧୫ ପୃଷ୍ଠାର ଏକ ରିପୋର୍ଟ ରୂପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି । ରିପୋର୍ଟ ଅନୁଯାୟୀ, ବିମାନଟି ଟେକଅଫ କରିବା କିଛି ସେକେଣ୍ଡ ପରେ ତାହାର ଦୁଇଟି ଯାକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା, ଯାହା ଫଳରେ ବିମାନ ନିୟନ୍ତ୍ରଣ ହାରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ସମୟରେ ବିମାନଟି ୧୮୦ ନଟ୍ସ ଗତିରେ ଓଡ଼ୁଥିଲା, କିନ୍ତୁ ହଠାତ୍ ଇଞ୍ଜିନକୁ ଇନ୍ଧନ ଯୋଗାଇଥିବା ‘fuel cut-off switch’ ଦୁଇଟି ବିକଳ୍ପ ‘run’ ରୁ ‘cut-off’ କୁ ଚାଲିଯାଇଥିଲା । ଏହା ହେବା ସହିତ ଦୁଇଟି ଇଞ୍ଜିନର ଗତି ଅସାଧାରଣ ଭାବେ କମିଯାଇଥିଲା । ଏଥିରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି, ଏପିୟୁ (Auxiliary Power Unit) ଅଟୋଷ୍ଟାର୍ଟ ମୋଡରେ ଚାଲିଥିଲା ବେଳେ ମଧ୍ୟ ବିମାନକୁ ସ୍ଥିର କରିପାରିନଥିଲା । ଏହି ସମସ୍ତ ତ୍ରୁଟି ଏକ ମେକାନିକାଲ ବା ବୈଷୟିକ ଅସାବଧାନତାର ଫଳ ହୋଇପାରେ ବୋଲି ଅନୁମାନ କରାଯାଇଛି । ରିପୋର୍ଟରେ ଆଉ ଗଭୀର ତଥ୍ୟ ଥିଲା, ବିମାନର ଦୁଇଟି ଇଞ୍ଜିନ ବନ୍ଦ ହେଉଥିବା ସମୟରେ, କକପିଟ୍ ଭଏସ ରେକର୍ଡରରେ ଜଣେ ପାଇଲଟ୍ ଅନ୍ୟ ପାଇଲଟ୍‌କୁ ପଚାରିଥିଲେ, “ତୁମେ ଇଞ୍ଜିନ କାହିଁକି ବନ୍ଦ କଲ?” ଯେଉଁଠାରେ ଉତ୍ତର ମିଳିଥିଲା “ମୁଁ ବନ୍ଦ କରିନାହିଁ” । ଏହି ଘଟଣା ସୁନିଶ୍ଚିତ କରେ ଯେ କୌଣସି ମାନବୀୟ ତ୍ରୁଟି ନ ହୋଇଥିଲେ ମଧ୍ୟ ଏହା ବୈଷୟିକ ତ୍ରୁଟି ବା ଟେକ୍ନୋଲଜିକାଲ ଫେଲ୍ୟୁର୍ ଥିଲା । ଏହି ଘଟଣା ଏୟାର ସେଫ୍‌ଟି ଓ ଫ୍ଲାଇଟ ମେନେଜ୍‌ମେଣ୍ଟ ସିଷ୍ଟମ୍‌ରେ ଏକ ମୋଟା ବଜ୍ରପାତ ସଦୃଶ ଚେତାବନୀ ରୂପେ ଆସିଛି ।

 

Related Articles

Back to top button