
ଭୁବନେଶ୍ୱର ୩୦/ ଜୁଲାଇ : ଆଜି ବିଏମସିର ୨୩ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତ ବିଏମସି କମିଶନର ଚଞ୍ଚଳ ରାଣା, ମେୟର ସୁଲୋଚନା ଦାସ, ଏକାମ୍ର ବିଧାୟକ ବାବୁ ସିଂହ, ଡେପୁଟି ମେୟର ମଞ୍ଜୁଲତା କାହୁର ଏବଂ ସମସ୍ତ କର୍ପୋରେଟରଙ୍କ ସହ ସମସ୍ତ ବିଏମସି ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଭୁବନେଶ୍ୱରର ସମସ୍ତ ସମସ୍ୟା ତଥା ପରିମଳ ବ୍ୟବସ୍ତା, ଡ୍ରେନେଜ୍ ସମସ୍ୟା, ରାସ୍ତା ସୁରକ୍ଷା, ବସତି ସମସ୍ୟା, ଆଲୋକ ସମସ୍ୟା, ମହାନଗରର ସୌଧର୍ଯ୍ୟକରଣ ବ୍ୟବସ୍ତା, ପର୍ଯ୍ୟଟନ ବିକାଶ ଏବଂ ଭିତ୍ତିଭୂମି ବିକାଶ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ, ଭୁବନେଶ୍ୱରକୁ ସମୃଦ୍ଧ ଏବଂ ସୁରକ୍ଷିତ କରିବା ଦିଗରେ ପଦକ୍ଷେପ ନେବା ଆଜିର ବୈଠକର ଉଦ୍ଦେଶ୍ୟ ରହିଥିଲା । ଉକ୍ତ ବୈଠକର ଅଧ୍ୟକ୍ଷତା ନବନିଯୁକ୍ତ ବିଏମସି କମିଶନର ଚଞ୍ଚଳ ରାଣା କରିଥିଲେ । ଏହା ସହ ସମସ୍ତ ୱାର୍ଡର କର୍ପୋରେଟର ମାନେ ନିଜ ୱାର୍ଡରେ ହୋଇଥିବା କାର୍ଯ୍ୟର ସମ୍ପୃକ୍ତ ବିବରଣୀ ଦେଇଥିଲେ । ଶେଷରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ହୋଇ ବୈଠକ ଶେଷ ହୋଇଥିଲା ।