ଓଡ଼ିଶା

Odisha government's steps to prevent plastic pollution!

ଭୁବନେଶ୍ୱର ୩୦/ ଜୁଲାଇ : ଓଡ଼ିଶା ସରକାର ପରିବେଶ ସୁରକ୍ଷା ଏବଂ ପ୍ଲାଷ୍ଟିକ ଦୂଷଣ ନିୟନ୍ତ୍ରଣ ପାଇଁ ଗମ୍ଭୀର ପଦକ୍ଷେପ ନେଇଛି। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ବୈଠକ ଓ କାର୍ଯ୍ୟକ୍ରମରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଓଡ଼ିଶା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶରେ ଜାରି ହୋଇଛି। ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇ ଏହି ନିଷେଧାଦେଶ ପାଳନ କରିବାକୁ ନିର୍ଦ୍ଦେଶ ମିଳିଛି। ଏହି ନିର୍ଦ୍ଦେଶ ଅନୁସାରେ ସରକାରୀ ବୈଠକ, ସଭା, ସମିତି ଓ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ଫୁଲତୋଡ଼ା, ଉପହାର ବସ୍ତୁ, ପ୍ଲେଟ୍‌, ବଟଲ୍‌ ଓ ଅନ୍ୟାନ୍ୟ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ପୂର୍ଣ୍ଣ ରୋକ ଲଗାଯାଇଛି। ତାପରି ଅଫିସ୍‌ ମାନେ ବିକଳ୍ପ ଭାବରେ କାଚ, ଷ୍ଟିଲ କିମ୍ବା ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବେ। ଏହି ଉଦ୍ୟମ ମାଧ୍ୟମରେ ସରକାର ପ୍ରାକୃତିକ ସମ୍ପଦ ରକ୍ଷା, ଜଳଜନ୍ତୁ ସୁରକ୍ଷା ଓ ଦୀର୍ଘକାଳୀନ ପରିବେଶ ସ୍ଥିରତାକୁ ନିଶ୍ଚିତ କରିବାକୁ ଚାହୁଁଛି। ଏହି ନିଷ୍ପତ୍ତି ଏକ ଗଂଭୀର ପ୍ରୟାସ ବୋଲି ବିଚାର କରାଯାଉଛି, କାରଣ ଏହା ଗୋଟିଏ ସାଧାରଣ ନିୟମ ନୁହେଁ, ବରଂ ଏହା ରାଜ୍ୟର ପ୍ରତ୍ୟେକ ସରକାରୀ ବ୍ୟବସ୍ଥାରେ ପ୍ରାଣିପ୍ରତି ଓ ପରିବେଶ ପ୍ରତି ସଚେତନତା ଓ ଦାୟିତ୍ୱର ଚିହ୍ନ। ପୂର୍ବରୁ ୨୦୧୮ ମସିହାରେ ଓଡ଼ିଶା ସରକାର ସହରାଞ୍ଚଳରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଏବେ ସେହି ନୀତିକୁ ଆହୁରି ବିସ୍ତାର କରି ସରକାରୀ କ୍ଷେତ୍ରକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ ଏକ ପରିବେଶ ମାନ୍ୟବାନ୍ତ ରାଜ୍ୟ ବାନେଇବାରେ ସାହାଯ୍ୟ କରିବ।

 

 

 

Related Articles

Back to top button