Police record statement of victim of Balanga incident, inform...

ନୂଆଦିଲ୍ଲୀ ୩୦/ ଜୁଲାଇ : ଦିଲ୍ଲୀ AIIMS ରେ ବଳଙ୍ଗା ଘଟଣାର ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହି ବୟାନ ମଧ୍ୟମରେ ପୀଡିତା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଘାଟନ କରିଛନ୍ତି ବୋଲି ସୂଚନା ମିଳିଛି। ଘଟଣା ସମୟରେ ସେ କେବଳ “ମୋତେ ବଞ୍ଚାଇଦିଅ, ପାଣି ଦିଅ” ବୋଲି ଚିତ୍କାର କରିଥିବା ଜଣାପଡିଛି, କିନ୍ତୁ କାହାକୁ ନିଆଁ ଲଗାଇଥିବା ବିଷୟରେ କିଛି କହିନଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ତାଲିକାରୁ ସୂଚନା ମିଳିଛି। ଏଥିସହ ଦିଲ୍ଲୀରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହେଉଛି, ଯାହା ଆଗାମୀ ତଦନ୍ତରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିବ। ପୁରୀ ଏସ୍ପି ପିନାକ ମିଶ୍ର ଜଣାଇଛନ୍ତି ଯେ ଘଟଣାର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଓ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ଘଟଣା ପଛର ସତ୍ୟ ଦେଶବାସୀଙ୍କ ସାମ୍ନାରେ ଆଣାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍ପି ଓ ବଳଙ୍ଗା ଥାନା ଅଧିକାରୀ। ଏହି ସମୟରେ ପୀଡିତାଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ନଜର ରଖାଯାଉଛି ଓ ଚିକିତ୍ସା ପ୍ରକ୍ରିୟା ଚାଲିଛି। ନ୍ୟାୟ ଦେବା ଲକ୍ଷ୍ୟରେ ସରକାର ଓ ପୋଲିସ ବିଭାଗ ଦ୍ୱାରା ସଂଯମ ଓ ସତର୍କତା ସହ ତଦନ୍ତ ଚାଲିଛି।