ଅନ୍ତର୍ଜାତୀୟଓଡ଼ିଶାଜାତୀୟବାଣିଜ୍ୟରାଜନୀତି

ଭାରତ ଉପରେ ୨୫% ଟାରିଫ୍ ବଢ଼ାଇଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଜବ ବାଣିଜ୍ୟ ନୀତି | ଭାରତ ଉପରେ ଟାରିଫ ଲଗେଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଭାରତରେ ୨୫% ଟାରିଫ ଲଗେଇଲେ ଆମେରିକା ରାଷ୍ଟ୍ରପତି | ତେବେ ଅଗଷ୍ଟ ୧ ତାରିଖରେ ଲାଗୁ କରାଯିବ ନୂଆ ଟାରିଫ ବୋଲି ସୂଚନା ଦେଇଛନ୍ତି ଟ୍ରମ୍ପ | କୁହାଯାଉଛି ରୁଷିଆ ସହ ଭାରତର ବାଣିଜ୍ୟିକ ସମ୍ପର୍କ ବଢିବା ପରେ ଏହାକୁ ନେଇ ରାଗି ଥିଲେ ଡୋନାଲ୍ଡ ଟ୍ରମ୍ପ | ତେବେ ଟାରିଫ ବଢାଇବା ପାଇଁ ଆମେରିକା କିଛି ଦିନ ହେବ କହି ଆସୁଥିଲା ; ଏବେ ଏହାର ନିର୍ଦ୍ଧେଶ ନାମା ପ୍ରକାଶ ପାଇଛି | ଅନୁମାନ କରାଯାଉଛି ଯେ ରୁଷିଆ ଉପରେ ରାଗ ସୁଝେଇବାକୁ ଯାଇ ଆମେରିକା ଏପରି ପଦକ୍ଷେପ ନେଇଛି | ତେବେ ଟାରିଫ ବଢିବା ପରେ ଏହାର ପ୍ରଭାବ ସିଧାସଳଖ ସେୟାର ମାର୍କେଟ ରେ ଦେଖିବାକୁ ମିଳୁଛି | ତେବେ ଏହି ଟାରିଫର ଅର୍ଥ କଣ ? ଏହାର ଅର୍ଥ ହେଉଛି ଭାରତୀୟ ପଦାର୍ଥ ବା ଭାରତୀୟ ଜିନିଷ ଯାହା ଆମେରୀକର ବଜ଼ାରରେ ବିକ୍ରି ହୁଅ ତା ଉପରେ ଟ୍ୟାକ୍ସ ଲଗେଇଛି ଆମେରିକା |

କାହିଁକି ଟାରିଫ ଲଗେଇଲେ ଟ୍ରମ୍ପ ଏହାର ୪ ତି କାରଣ ସେ ଟ୍ୱିଟରରେ ଦର୍ଶାଇଛନ୍ତି ;ତାଙ୍କର ପ୍ରଥମ କାରଣଟି ହେଉଛି – ଭାରତ ପକ୍ଷରୁ ଆମେରିକା ସହ ଗତ ବର୍ଷ କମ ବ୍ୟବସାୟ ହୋଇଛି | ଏହାର ଦ୍ୱିତୀୟ କାରଣ ସେ କହିଛନ୍ତି ରୁଷିଆ ଠାରୁ ତେଲ ଓ ଅସ୍ତ୍ରଶସ୍ତ୍ର କିଣୁଛି ଭାରତ ; ରୁଷିଆର ଅର୍ଥନୀତି କୁ ଷ୍ଟ୍ରଙ୍ଗ କରୁଛି ଭାରତ |ତୃତୀୟ କାରଣ ହେଉଛି ଭାରତ ଆମେରିକା ଠାରୁ ଅଧିକ ଶୁଳ୍କ ନେଉଛି | ଅର୍ଥାତ ଆମେରିକାର ଜିନିଷ ଯାହା ଭାରତ ବଜାରକୁ ବିକ୍ରି ହେବାକୁ ଆସୁଛି ତାହା ଉପରେ ଅଧିକ ଟାକ୍ସ ଲଗାଉଛି ଭାରତ ; ସେଥି ପାଇଁ ଜେଶକୁ ତେସା ନୀତିରେ ଆମେରିକା ଭାରତ ଉପରେ ଟ୍ୟାକ୍ସ ଲଗାଉଛି | ଏହାର ଚତୁର୍ଥ କାରଣ ଦୁଇ ଦେଶ ମଧ୍ୟରେ କିଛି ଠିକ ଠାକ ଚାଲିନାହିଁ ଅର୍ଥାତ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଟ୍ରମ୍ପ କରିଛନ୍ତି ବୋଲି ଦାବି କରୁଥିଲେ | କିନ୍ତୁ ଚଳିତ ମଉସୁମୀ ଅଧିବେଶନରେ ଏହାକୁ ଖଣ୍ଡନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ତେବେ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଏବେ ବି ଦ୍ଵାର ଖୋଲା ଅଛି | ଅର୍ଥାତ ଯଦି ଭାରତ ଚାହିଁବ କଥା ବାର୍ତ୍ତା ମାଧ୍ୟମରେ ଏହି ଟାରିଫକୁ ହ୍ରାସ କରାଯାଇପାରିବ | ଅପର ପକ୍ଷରେ ପ୍ରଧନ ମନ୍ତ୍ରୀ ମୋଦି କହୁଛନ୍ତି ଯେ ଜାତୀୟ ସ୍ୱାର୍ଥ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ |

Related Articles

Back to top button