ଜାତୀୟ

A brave and experienced political leader who lost his country: Satyapal Malik passes away

ଜାମ୍ମୁ-କାଶ୍ମୀର ୦୫/ଅଗଷ୍ଟ : ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାବସାନରେ ଦେଶ ଏକ ଅନୁଭବୀ ରାଜନୈତିକ ନେତାଙ୍କୁ ହରାଇଲା। ସେ ମଙ୍ଗଳବାର ଦିନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୧ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜୁଲାଇ ୨୪, ୧୯୪୬ରେ ବାଗପତ (ଉତ୍ତର ପ୍ରଦେଶ) ରେ ଜନ୍ମ ହୋଇଥିବା ମଲିକ ଦୀର୍ଘ ରାଜନୈତିକ ଓ ସାମାଜିକ ଜୀବନ ଚାଳାଇଥିଲେ। ସେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ (୨୦୧୮-୨୦୧୯), ଗୋଆର ରାଜ୍ୟପାଳ (୨୦୧୯-୨୦୨୦) ଓ ମେଘାଳୟର ରାଜ୍ୟପାଳ (୨୦୨୦-୨୦୨୨) ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଜମ୍ମୁ-କାଶ୍ମୀର ରାଜ୍ୟପାଳ କାର୍ଯ୍ୟକାଳ ସମୟରେ ଅନୁଚ୍ଛେଦ ୩୭୦ କୁ ରଦ୍ଦ କରାଯାଇଥିଲା, ଯାହା ଏକ ଐତିହାସିକ ପଦକ୍ଷେପ ରୂପେ ଗଣାଯାଏ। ଏହି ସମୟରେ ତାଙ୍କ ନେତୃତ୍ୱ ଓ ମତାମତ ଦେଶରେ ଅନେକ ଚର୍ଚ୍ଚା ଓ ବିମର୍ଶାର କେନ୍ଦ୍ର ବିନ୍ଦୁ ହୋଇଥିଲା। ୨୦୧୯ରେ ଘଟିଥିବା ପୁଲଓ୍ଵାମା ଆକ୍ରମଣ ସନ୍ଦର୍ଭରେ ସେ ସାର୍ବଜନୀନ ଭାବେ ଗୁଇନ୍ଦା ବିଫଳତା ଓ ସୁରକ୍ଷା ବ୍ୟବସ୍ଥାର ତ୍ରୁଟି ସଂପର୍କରେ ଗମ୍ଭୀର ଅଭିଯୋଗ ଉଠାଇଥିଲେ। ତାଙ୍କ ଏହି ସାହସିକ ଅଭିବ୍ୟକ୍ତି ରାଜନୈତିକ ମହଳରେ ଅନେକ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସତ୍ୟପାଳ ମଲିକଙ୍କ ମୃତ୍ୟୁ ଦେଶ ପାଇଁ ଏକ ବଡ଼ କ୍ଷତି, ତାଙ୍କ ସ୍ମୃତି ସଦା ମନେ ପଡ଼ିରହିବ।

Related Articles

Back to top button