ଓଡ଼ିଶାରାଜନୀତି

ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଭେଟିଲେ ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡିଶା ସରକାର

ଭୁବନେଶ୍ଵର , ୦୫ /୦୮/୨୦୨୫ :ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ଵାବଧାନରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଓଡିଶା ସରକାର ଡ଼ ମୁକେଶ ମହାଲିଙ୍ଗ ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଏବଂ ଫୁଲବାଣୀ ର ସରକାରୀ ମେଡିକାଲ କଲେଜର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସମୁଦାୟ ୨୦୦ ଏମବିବିଏସ ସିଟରେ ନାମ ଲେଖା ପାଇଁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ଅନୁମତି ପତ୍ର (LoP) ଅନୁରୋଧ କରିବା ସହ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କୁ ଉନ୍ନତତର କରିବା ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
୨୦୨୫-୨୬ ଶିକ୍ଷାବର୍ଷରେ ଉଭୟ କଲେଜରେ ୧୦୦ ଜଣ ଲେଖାଏଁ MBBS ଛାତ୍ରଛାତ୍ରୀଙ୍କ ଭର୍ତ୍ତି ପାଇଁ ଅନୁମତି ପତ୍ର (LoP) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତ୍ୱରିତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ।
ସୂଚନା ଅନୁସାରେ , ଉପରୋକ୍ତ ଦୁଇଟି ମହାବିଦ୍ୟାଳୟ ଓଡ଼ିଶାରେ ଚିକିତ୍ସା କ୍ଷେତ୍ରରେ ନୂଆଭାବେ ପ୍ରତିଷ୍ଠିତ ହୋଇଛି । ଏହି ଦୁଇ ଅନୁଷ୍ଠାନର ଡିନ ଓ ପ୍ରିନ୍ସିପାଲ ମାନେ ନିଜ ଅନୁମତି ପତ୍ର ପାଇଁ ଆବେଦନ ୧୮ ଜାନୁଆରୀ, ୨୦୨୫ ରେ ନ୍ୟାସନାଲ ମେଡିକାଲ କମିଶନ (NMC) ର ପୋର୍ଟାଲ ମାଧ୍ୟମରେ ଦାଖଲ କରିଥିଲେ।
ନ୍ୟାସନାଲ ମେଡିକାଲ କମିଶନ (NMC) ଟିମ ମାନେ ୨୩ ଜୁନ ୨୦୨୫ ରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ (PMPMC) ତାଲଚେର ଓ ୨୮ ମେ ୨୦୨୫ ରେ ସରକାରୀ ମେଡିକାଲ କଲେଜର(GMC), ଫୁଲବାଣୀ ର ଭୌତିକ ନିରୀକ୍ଷଣ କରିଥିଲେ।
ରାଜ୍ୟ ସରକାର ପୂର୍ଣ୍ଣ ଭାବେ ବୃତ୍ତିବାନ୍ ଓ ଉତ୍ତମ ମାନଙ୍କ ଚିକିତ୍ସା ଶିକ୍ଷାରେ ଦୁଇ ଅନୁଷ୍ଠାନର ସୁବିଧା ବୃଦ୍ଧି ଓ ବିକାଶ ପାଇଁ ରାଜ୍ୟ ବଜେଟ୍‌ରେ ଆବଶ୍ୟକୀୟ ଅର୍ଥ ଅନୁଦାନ ଦେଇଛନ୍ତି ।
ଅନୁମତି ପତ୍ର ମିଳିବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଆଉ ଦୁଇ ଗୋଟି କଲେଜ ଯୋଡି ହେବ । ୧୪ ଟି ସରକାରୀ କଲେଜ ରୁ ବଢି ୧୬ ସରକାରୀ ମେଡିକାଲ କଲେଜ ହେବା ସହ ସମୁଦାୟ ୧୮୦୦ MBBS ସିଟକୁ ବଢିବ ।
ଏହି ସମୟରେ ମାନ୍ୟବର ମନ୍ତ୍ରୀ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ଶ୍ରୀ ରବି ନାରାୟଣ ନାଏକ , ମାନ୍ୟବର କଟକ ସାଂସଦ ଭର୍ତ୍ତୃହରି ମହତାବ , ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

 

Related Articles

Back to top button