India's stern response to Pakistan, "Will not bow to nuclear blackmail!"

ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରମାଣୁ ଧମକର କଡ଼ା ଜବାବ ଦେଇଛି ଭାରତ। ଭାରତ କହିଛି ଯେ ଏହା କେବେ ପରମାଣୁ ବ୍ଲାକମେଲ୍ର ଶିକାର ହେବ ନାହିଁ ଏବଂ ଏପରି ଧମକ ଅନ୍ୟାୟ, ଅସାମ୍ବିଧାନିକ ଏବଂ ଅସ୍ଥିରକାରୀ। ଏହି ଜବାବ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆସିଛି, ଯାହା ଦେଶର ଅନ୍ତର୍ଜାତୀୟ ଚରିତ୍ର ଏବଂ ନୀତିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିନିଧିତ୍ୱ କରେ।ଏହାସହ ପାକିସ୍ତାନ ଭାରତର କଠୋର ମନୋଭାବ ଉପରେ କ୍ଷୋଭ ପ୍ରକାଶ କରିଛି। ଏବଂ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟକୁ ସମାଲୋଚନା କରି ଦାବି କରିଛି ଯେ ଭାରତ ଜଣେ ଶୀର୍ଷ ସାମରିକ ଅଧିକାରୀଙ୍କ ବକ୍ତବ୍ୟକୁ ବିକୃତ କରିଛି। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଭାରତକୁ ଏହି ଘଟଣାକୁ ରାଜନୈତିକ ସୁଯୋଗ ଭାବରେ ବ୍ୟବହାର କରି ଅନାବଶ୍ୟକ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ମଧ୍ୟ କରିଛି। ଦୁଇ ଦେଶ ମଧ୍ୟରେ ଏହି ଅସ୍ୱୀକାର ଏବଂ ଅଭିଯୋଗ ପୁଣି ଥରେ ଦୁଇ ପକ୍ଷ ମଧ୍ୟରେ ବିଶ୍ୱାସର ଅଭାବ ଏବଂ ଆଞ୍ଚଳିକ ଶାନ୍ତି ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ସ୍ପଷ୍ଟ କରିଛି। ଏପରି ଧମକ ଏବଂ ପ୍ରତିକ୍ରିୟା କେବଳ ଦୁଇ ଦେଶ ପାଇଁ ନୁହେଁ, ବରଂ ବିଶ୍ୱ ସମୁଦାୟ ପାଇଁ ମଧ୍ୟ ଚିନ୍ତାର ବିଷୟ।