Modi's call at Red Fort on the occasion of 79th Independence Day

ନୂଆଦିଲ୍ଲୀ ୧୫/ଅଗଷ୍ଟ : ଦେଶ ଆଜି ଗର୍ବ ଓ ଗୌରବର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି। ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ସ୍ୱାଧୀନତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି , ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରମ୍ପରା ଅନୁଯାୟୀ ତ୍ରିରଙ୍ଗା ଉତ୍ତୋଳନ କରି, ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ତାଙ୍କ ଅଭିଭାଷଣରେ ସେ ଭାରତର ବିକାଶ ଯାତ୍ରା, ରାଷ୍ଟ୍ରୀୟ ସୁରକ୍ଷା, ନୂଆ ପୂବିଶ୍ଵଗୁରୁ ଭାରତ ଏବଂ ଯୁବପିଢି ପ୍ରତି ଆଶା ବିଷୟରେ ଆଲୋଚନା କରିଥିଲେ। ଏହି ସହିତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଲାଲକିଲ୍ଲାରୁ ତାଙ୍କ ଲଗାତାର ୧୨ତମ ସ୍ୱାଧୀନତା ଦିବସରେ ଅଭିଭାଷଣ ପ୍ରଦାନ କରି ଏକ ଐତିହାସିକ ରେକର୍ଡ ସ୍ଥାପନ କରିଛନ୍ତି। ସେ ଦେଶବାସୀଙ୍କୁ ଏକ ନୂଆ ଭାରତ ନିର୍ମାଣ ପାଇଁ ଆହ୍ୱାନ ଜଣାଇ, ଗରିବ ଓ ମଧ୍ୟମ ବର୍ଗ ପାଇଁ ନିତିଗତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ତାଙ୍କ ସମ୍ବୋଧନରେ ଆତ୍ମନିର୍ଭର ଭାରତ, ଗ୍ଲୋବାଲ୍ ସ୍ଥରରେ ଭାରତର ଉଦୟ, ଓ ନୈତିକ ଦୃଢତାର ବାର୍ତ୍ତା ବ୍ୟକ୍ତ ହୋଇଥିଲା।