ଓଡ଼ିଶା

Three new members of OPSC appointed in 25th Cabinet meeting

ଭୁବନେଶ୍ୱର ୨୬/ ଅଗଷ୍ଟ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟର ୨୫ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଏହା ସହିତ, ଉକ୍ତ ବୈଠକରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ତିନି ଜଣ ନୂତନ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଥିଲା। କ୍ୟାବିନେଟର ଅନୁମୋଦନ ସହିତ ଉଦୟ ନାରାୟଣ ଦାସ, ମିହିର ପ୍ରସାଦ ମିଶ୍ର ଏବଂ ମନୋଜ କୁମାର ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି।

Related Articles

Back to top button