Breaking Newsଓଡ଼ିଶା

କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ

ଭୁବନେଶ୍ୱର , ରେଳ ଷ୍ଟେସନରେ  ଭୁଶୁଡ଼ିଲା  ଷ୍ଟେସନ ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ।

ପ୍ଲାଟଫର୍ମ-୧ ଓ୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ।  ରେଳ ଧାରଣା ଉପରେ ପଡ଼ିଛି ଭୁଶୁଡ଼ି ପଡ଼ିଥିବା ଛାତ। ଯାହା ଯୋଗୁଁ କିଛି ଟ୍ରେନର ଯାତାୟତ ମଧ୍ୟ ବିଳମ୍ୱିତ ହେଉଥିବା ସୂଚନା ମିଳିଛି।

ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ି ରହିଛି। ହେଲେ ଏଯାଏଁ କୌଣସି ଶ୍ରମିକ କିମ୍ୱା କୌଣସି ଯାତ୍ରୀଙ୍କର କ୍ଷୟକ୍ଷତିର ପୂରା ରିପୋର୍ଟ ଆସିନାହିଁ।ହେଲେ ରେଲଓ୍ୱେ ଇନ୍ସପେକ୍ଟର ସୂଚନା ଦେଇ କହିଛନ୍ତି, ଯେହେତୁ ପ୍ଲାଟଫର୍ମ ଭାଙ୍ଗିବା କାମ ଚାଲିଥିଲା ସେଥିପାଇଁ ଭାଙ୍ଗିବା ବେଳେ ତଳେ କେହି ନଥିଲେ। ଉନ୍ନତୀକରଣ କାମ ପାଇଁ ବ୍ୟାରିକେଡିଂ କରାଯାଇଥିଲା। ଯାହା ପାଇଁ କାହାରି କ୍ଷତି ହୋଇନଥିବା ଅନୁମାନ କରାଯାଉଛି।

Related Articles

Back to top button