ଐତିହ୍ୟ ଓ ସଂସ୍କୃତିଓଡ଼ିଶାରାଜନୀତି

ତ୍ଵରିତ ଗତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ,ମହାପ୍ରଭୁଙ୍କ ପାଖରୁ ଫେରିବ ଓଡ଼ିଶା ବାହାରେ ପଡ଼ିରହିଥିବା ଭୂ-ସମ୍ପତ୍ତି।। ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ବି ମହାପ୍ରଭୁଙ୍କର ଭୂ-ସମ୍ପତ୍ତି ରହିଛି ,ଶ୍ରୀମନ୍ଦିର ପ୍ରଶାସନ ତାହାର କାଗଜପତ୍ର ପ୍ରସ୍ତୁତ କରୁଛି। ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଜମି ଫେରାଇ ଆଣିବାକୁ ରାଜ୍ୟ ସରକାର ତ୍ଵରିତ ଗତିରେ କାର୍ଯ୍ୟ କରୁଛନ୍ତି। ସମସ୍ତ ସମ୍ପତ୍ତି ପୁଣି ଥରେ କେମିତି ମହାପ୍ରଭୁଙ୍କ କାମରେ ବିନିଯୋଗ ହେବ ସେଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯାଉଛି।

ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ପଡିଛି। ସେଥିମଧ୍ୟରୁ ୩୬ ରୁ ୩୭ ହଜାର ଏକରର କାଗଜପତ୍ର ପ୍ରସ୍ତୁତ କରିସାରିଛୁ । ବାକି ଜମି ଗୁଡ଼ିକର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ସରକାର ତ୍ୱରିତ ଗତିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କର ଭୂ-ସମ୍ପତ୍ତି ଯେଉଁଠି ଯାହା ରହିଛି ତାହାର ଠିକ୍ ଆକଳନ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି।

Related Articles

Back to top button