
ଭୁବନେଶ୍ୱର , ପୁଣିଥରେ ସମସ୍ୟାରେ ପଡିଯାଇଛନ୍ତି , ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରା । ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଠକେଇ ଅଭିଯୋଗରେ, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରା ଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି।
60 କୋଟି ଟଙ୍କା ଠକେଇ ମାମଲା ରହିଛି , ଏବେ EOW ଏହି ମାମଲାରେ ଆଗକୁ ବଢ଼ି ଉଭୟଙ୍କ ବିରୁଦ୍ଧରେ ଏକ ଲୁକ୍ ଆଉଟ୍ ସର୍କୁଲାର (LOC) ଜାରି କରିଛି । ଅର୍ଥାତ୍ ଏବେ ଦମ୍ପତିଙ୍କ ଗତିବିଧି ଉପରେ ଧ୍ୟାନ ଦିଆଯିବ ଏବଂ ସେମାନଙ୍କୁ ଦେଶ ବାହାରକୁ ଯିବାକୁ ଦିଆଯିବ ନାହିଁ।ଦୀପକ କୋଠାରୀ ନାମକ ଜଣେ ବ୍ୟବସାୟୀ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ 2015 ରୁ 2023 ମଧ୍ୟରେ 60 କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ କରିଛନ୍ତି।
କୋଠାରୀ ଦାବି କରିଛନ୍ତି ଯେ ସେ ଏହି ଟଙ୍କା ଦମ୍ପତିଙ୍କ କମ୍ପାନୀ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡରେ ନିବେଶ କରିଥିଲେ। ସେ ତାଙ୍କ ବ୍ୟବସାୟ ବିସ୍ତାର କରିବା ପାଇଁ କମ୍ପାନୀରେ ନିବେଶ କରିଥିଲେ, କିନ୍ତୁ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ଟଙ୍କା ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରାଯାଇଥିଲା, ଯାହା ଠିକ ନୁହେଁ ,
ଏପ୍ରିଲ ୨୦୧୬ରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜେ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। କିନ୍ତୁ ସବୁକିଛି ଏପରି ହୋଇନଥିଲା। କିଛି ସମୟ ପରେ, ଶିଳ୍ପା ଶେଟ୍ଟୀ ଏହି କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ ଏବଂ କମ୍ପାନୀ ଦେବାଳିଆ ହୋଇଗଲା।
ବର୍ତ୍ତମାନ ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ମାମଲାରେ, ପୋଲିସ ବର୍ତ୍ତମାନ ଜାଣିବାକୁ ଚେଷ୍ଟା କରୁଛି ଯେ ନିବେଶିତ ଟଙ୍କା କେଉଁଠାରେ ପ୍ରବାହିତ ହୋଇଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା।