ଜାତୀୟଶିକ୍ଷା

ପରୀକ୍ଷାର ସୂଚୀ ପ୍ରକାଶ କରିଛି  ଭାରତୀୟ ଷ୍ଟେଟ ବ୍ୟାଙ୍କ ।

ଭୁବନେଶ୍ୱର ,ଜୁନିଅର ଆସୋସିଏଟ୍ କମ୍ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ, ପ୍ରାରମ୍ଭିକ ପରୀକ୍ଷାର ସୂଚୀ ପ୍ରକାଶ କରିଛି  ଭାରତୀୟ ଷ୍ଟେଟ ବ୍ୟାଙ୍କ ।6589 ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ହେବ।ପ୍ରାରମ୍ଭିକ ପରୀକ୍ଷା 20, 21 ଏବଂ 27 ସେପ୍ଟେମ୍ବର 2025 ରେ ଦେଶର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ।

ପରୀକ୍ଷାରେ ମୋଟ 100 ଟି ପ୍ରଶ୍ନ ପଚରାଯିବ ଏବଂ ସମୟ 60 ମିନିଟ୍ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ପରୀକ୍ଷା ପାଇଁ, ହଲ୍ ଟିକେଟ ପରୀକ୍ଷା ତାରିଖର ପ୍ରାୟ 4 ରୁ 5 ଦିନ ପୂର୍ବରୁ ଜାରି କରାଯିବ।

SBIର ସରକାରୀ ୱେବସାଇଟରେ ପ୍ରବେଶ ପତ୍ର ଜାରି କରାଯିବ, ଯାହାକୁ ପଞ୍ଜିକୃତ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ମାଧ୍ୟମରେ ଡାଉନଲୋଡ୍ କରିପାରିବେ।

ପ୍ରବେଶ ପତ୍ର ବିନା କୌଣସି ପ୍ରାର୍ଥୀ ପରୀକ୍ଷା ହଲରେ ପ୍ରବେଶ କରିପାରିବେ ନାହିଁ। ଏହି ନିଯୁକ୍ତି ପାଇଁ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ।

ପ୍ରାରମ୍ଭିକ ପରୀକ୍ଷା CBT ମୋଡ୍‌ରେ କରାଯିବ। ଅଧିକ ସୂଚନା ପାଇଁ, ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ।

Related Articles

Back to top button