
ଭୁବନେଶ୍ୱର,ମହିଳା ଦିନିକିଆ ବିଶ୍ୱ କପ ,ଭାରତରେ ୩୦ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି, । ଏଥିପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ନିଜ ସ୍କ୍ୱାଡ ଘୋଷଣା କରିଛି।କିୱି ଟିମ ୨୦୨୪ରେ ହୋଇଥିବା ମହିଳା ଟି୨୦ ବିଶ୍ୱ କପରେ ଶାନଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଟିମରେ ନ୍ୟୁଜିଲାଣ୍ଡର ଏମିତି ଖେଳାଳି ସାମିଲ ଅଛନ୍ତି, ଯେଉଁମାନେ ପ୍ରଥମ ଥର ବିଶ୍ୱ କପ ଖେଳୁଛନ୍ତି।
ମହିଳା ଦିନିକିଆ ବିଶ୍ୱ କପ ପାଇଁ ଘୋଷଣା କରାଯାଇଥିବା ନ୍ୟୁଜିଲାଣ୍ଡ ସ୍କ୍ୱାଡ୍ରେ ୨୨ ବର୍ଷୀୟ ବାମହାତି ସ୍ପିନ୍ ବୋଲର ଫ୍ଲୋରା ଡେବୋନଶାୟରଙ୍କୁ ସାମିଲ କରାଯାଇଛି। ସେ ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଗୋଟିଏ ମଧ୍ୟ ମୁକାବିଲା ଖେଳିପାରିନାହାନ୍ତି।
ମହିଳା ଦିନିକିଆ ବିଶ୍ୱକପ୍ରେ, ନ୍ୟୁଜିଲାଣ୍ଡ ଦଳ ଅକ୍ଟୋବର 1 ତାରିଖରେ ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।
କିୱି ଦଳ ସେପ୍ଟେମ୍ବର 13 ତାରିଖରେ ୟୁଏଇ ଗସ୍ତ କରିବ ଯେଉଁଠାରେ ସେ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବ। ଏଠାରେ ସେ ଇଂଲଣ୍ଡ ଦଳ ବିପକ୍ଷରେ 2ଟି ପ୍ରାକ୍ଟିସ ମ୍ୟାଚ୍ ଖେଳିବାର ସୁଯୋଗ ପାଇବ ଏବଂ ତା’ପରେ ସେଠାରୁ ଭାରତ ଅଭିମୁଖେ ଗସ୍ତ କରିବ।