
ଭୁବନେଶ୍ୱର ,ଆଜି ପୁଣି ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ନୋଟଙ୍କି ଦେଖାଇଛି ପାକିସ୍ତାନ। ସୁପର-୪ ରାଉଣ୍ଡର ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ପାକିସ୍ତାନ ତାର ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଛି। ଏସିଆ କ୍ରିକେଟ କାଉସିଲ ଅନୁସାରେ ଶନିବାର ସନ୍ଧ୍ୟାରେ ପାକିସ୍ତାନ ଦଳର ଜଣେ ଖେଳାଳି କିମ୍ବା ପ୍ରଶିକ୍ଷକଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବାର ଥିଲା। ହେଲେ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଥିଲା ଦଳ।
ସେହିପରି ଭାରତ ବିପକ୍ଷ ମ୍ୟାଚ ଚାପରୁ ମୁକ୍ତି ପାଇଁ ଜଣେ ମୋଟିଭେସନାଲ ସ୍ପିକର ରାହିଲ କରିମଙ୍କୁ ସାମିଲ କରିଛି ଦଳରେ ପାକିସ୍ତାନ।ମ୍ୟାଚ୍ରେ ଭାରତ ପାକିସ୍ତାନକୁ ଦେଇଥିବା ଘା ଏଯାଏଁ ଶୁଖିନି କି କ୍ଷତ ଭରୁନି। ହାରିବା ଯେତିକି ବାଧିନି ହ୍ୟାଣ୍ଡସେକ୍ ବୟକଟ୍ ସେତିକି ଦହଗଞ୍ଜ କରୁଛି। ରାତିରେ ଶୋଇପାରୁ ନାହାନ୍ତି ପାକ୍ ଖେଳାଳି। ପାକିସ୍ତାନ କ୍ରିକେଟ୍ ବୋର୍ଡର ନିଦ ହଜିଯାଇଛି।
ତେଣୁ ମ୍ୟାଚ୍ ପୂର୍ବରୁ ଟେନ୍ସନ୍ରୁ ବାହାରିବା ପାଇଁ ଗୋଟେ ପରେ ଗୋଟେ ଡ୍ରାମା କରୁଛି ଆତଙ୍କୀ ଦେଶ। ୟୁଏଇ ମ୍ୟାଚ୍ ପୂର୍ବରୁ ରୁଷି ଥିଲେ ପାକିସ୍ତାନ ଖେଳାଳି। ଆଉ ରବିବାର ଭାରତ ବପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପ୍ରେସମିଟ୍କୁ ବୟକଟ୍ କରିଛି। ଭାରତର କିଛି ଉଖାଡି ପାରୁନି ଖାଲି ରାଗରେ ତମ ତମ ହୋଇ ଅଭିମାନ କରୁଛି ଆଗା ସେନା।
ରାହିଲ କରିମଙ୍କ କାମ ପାକିସ୍ତାନୀ ଖେଳାଳିଙ୍କୁ ମାନସିକ ଶକ୍ତି, ଆତ୍ମବିଶ୍ୱାସ ଏବଂ ମ୍ୟାଚ ଚାପକୁ ନୟନ୍ତ୍ରଣ କରିବାକୁ ତାଲିମ ଦେବେ। ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି କି, ଖେଳାଳି ମ୍ୟାଚ ପୂର୍ବରୁ କୌଣସି ପ୍ରକାର ଚାପ କିମ୍ବା ଅଜଥା ପ୍ରଶ୍ନରୁ ଦୂରେଇ ରୁହନ୍ତୁ। ମାନସିକ ଭାବେ ମଜବୁତ ରୁହନ୍ତୁ। ତେଣୁ ମୋଟିଭେସନାଲ ସ୍ପିକର ଟିମ୍ରେ ସାମିଲ କରାଯାଇଛି। ଦଳର ଅଚାନକ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।