କ୍ରୀଡ଼ା

ଟି-୨୦ ରାଙ୍କିଂ ; ଶ୍ରେଷ୍ଠ ୫ରେ ସୂର୍ଯ୍ୟ କୁମାର ଯାଦବ

ନୂଆଦିଲ୍ଲୀ, ୧୩/୦୭/୨୦୨୨ – ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ଵାରା ବୁଧବାର ପ୍ରକାଶିତ ଟି-୨୦ ମାନ୍ୟତାରେ ସୂର୍ଯ୍ୟ କୁମାର ଯାଦବ ବଡ ଲମ୍ବ ଡିଆଁ ମାରିଛନ୍ତି। ସେ ପ୍ରଥମ ଥର ଶୀର୍ଷ ୫ରେ ପ୍ରବେଶ କରିଛନ୍ତି। ନିକଟରେ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଥିବା ସୂର୍ଯ୍ୟଙ୍କୁ ଏହି ପ୍ରଦର୍ଶନର ଫାଇଦା ମିଳିଛି। ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ୧୧୭ ରନର ଇନିଂସ ପରେ ୪୪ଟି ସ୍ଥାନ ଉପରକୁ ଉଠି ୭୩୨ ରେଟିଂ ପଏଣ୍ଟ ସହିତ ନିଜ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗରେ ପହଞ୍ଚିଛନ୍ତି । ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ସୂର୍ଯ୍ୟ କୁମାର ନିକଟରେ ଟି-୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଗତ ୧୬ ମାସରେ ଚାରୋଟି ଟି-୨୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟଙ୍କ ବ୍ୟତୀତ ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ଵର କୁମାର ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦ୍ଵିତୀୟ ଟି-୨୦ରେ ୧୫ ରନ ଦେଇ ୩ ଓ୍ଵିକେଟ୍ ହାସଲ କରି ବୋଲିଂ ମାନ୍ୟତାରେ ଶୀର୍ଷ ୧୦ରେ ପ୍ରବେଶ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com