କ୍ରୀଡ଼ା

Asia Cup 2022: ଏସିଆ କପ୍ ୨୦୨୨ରେ ଭାରତୀୟ ଦଳର କମାଲ, ଜାପାନକୁ ହରାଇ ଜିତିଲା କାଂସ୍ୟ ପଦକ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ରେ ଭାରତୀୟ ଦଳର କମାଲ। ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ଵାଧୀନ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛି। ବୁଧବାର ଜାକାର୍ତ୍ତାରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ଜାପାନକୁ ୧-୦ରେ ହରାଇ ଏହି ସଫଳତା ହାସଲ କରିଛି। ଭାରତ ପକ୍ଷରୁ ମ୍ୟାଚ୍‌ରେ ଏକ ମାତ୍ର ଗୋଲ୍ ରାଜ କୁମାର ପାଲ୍ ସପ୍ତମ ମିନିଟରେ ଦେଇଛନ୍ତି।

ଖାସ୍ କଥା ଜାପାନକୁ ମୁକାବିଲାରେ ସାତୋଟି ପେନାଲଟି କର୍ଣ୍ଣର ମିଳିଥିଲା, ମାତ୍ର ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍ ଇଣ୍ଡିଆ ବିରୋଧୀ ଦଳକୁ ଗୋଲ୍ ହେବାକୁ ଦେଇନଥିଲା। ଅନ୍ତିମ ମିନିଟରେ ଭାରତ ୧୦ ଜଣ ଖେଳାଳିଙ୍କୁ ଖେଳିଥିଲା। ଏହା ସତ୍ତ୍ଵେ ବି ଜାପାନ ଗୋଲ୍ ଦେବାରେ ସଫଳ ହୋଇ ପାରିନଥିଲା। ଭାରତ ପ୍ରଥମ କ୍ଵାର୍ଟରରୁ ହିଁ ଅଗ୍ରଣୀ ହାସଲ କରିଥିଲା। ରାଜକୁମାର ପାଲ୍ ସପ୍ତମ ମିନିଟରେ ଦେଇଥିବା ଗୋଲ୍‌କୁ ଭାରତ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲା। ଏସିଆ କପରେ ଭାରତର ଏହା ଦ୍ଵିତୀୟ କାଂସ୍ୟ ପଦକ।

ଭାରତୀୟ ପୁରୁଷ ହକି ଦଳ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା। ସୁପର-୪ର ଅନ୍ତିମ ମୁକାବିଲାରେ ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ୍‌ ୪-୪ରେ ଡ୍ର ରହିଥିଲା। ଏହା ପୂର୍ବରୁ ସୁପର-୪ର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ହରାଇଥିଲା। ମାଲେସିଆ ସହ ମୁକାବିଲା ୩-୩ରେ ଡ୍ର ରହିଥିଲା। ଭାରତୀୟ ଦଳ ଏସିଆ କପରେ ଡିଫେଣ୍ଡିଂ ଚାମ୍ପିଅନ ଥିଲା। ମାତ୍ର ଏଥର ଦଳକୁ କାଂସ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି।

ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଆସନ୍ତାବର୍ଷ ଖେଳାଯିବାକୁ ଥିବା ବିଶ୍ଵ କପ୍ ପାଇଁ କ୍ଵାଲିଫାୟର ଟୁର୍ଣ୍ଣାମେଣ୍ଟ। ତେବେ ଭାରତ ଆୟୋଜକ ହିସାବରେ ପ୍ରଥମରୁ ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିଲା। ଲିଗ୍ ପର୍ଯ୍ୟାୟରେ ଭାରତ ପୁଲ ଏରେ ଜାପାନ, ପାକିସ୍ତାନ ଏବଂ ଆୟୋଜକ ଇଣ୍ଡୋନେସିଆ ସହ ଥିଲା। ସେପଟେ ମାଲେସିଆ, କୋରିଆ, ଓମାନ ଏବଂ ବାଂଲାଦେଶ ଗ୍ରୁପ ବିରେ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com