
ଭୁବନେଶ୍ୱର, ବିଧାନସଭା ଘେରିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ।ବିଧାନସଭା ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି।
ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ।
ଦୁଇଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ଗାନ୍ଧୀ ମାର୍ଗରେ ଚାଲିଛି ଖଣ୍ଡ ଯୁଦ୍ଧ।
ବିଧାନସଭା ଆଡକୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପାଣି ମାଡ଼ କଲା ପୋଲିସ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ।