
ଭୁବନେଶ୍ୱର ,ପ୍ରବଳ ବର୍ଷା ପାଇଁ ସ୍କୁଲ କଲେଜ ୨ ଦିନ ପର୍ଯ୍ୟନ୍ତ ଛୁଟି। ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।
ପଶ୍ଚିମ ବଙ୍ଗରେ ଦୁର୍ଗା ପୂଜା ପୂର୍ବରୁ ମୁଷଳଧାରାରେ, ବର୍ଷା ରାଜଧାନୀ କୋଲକାତା ସମେତ ଅନେକ ଜିଲ୍ଲାରେ ତାଣ୍ଡବ ରଚିଛି।
ରେକର୍ଡ ଭାଙ୍ଗିବା ବର୍ଷା ଯୋଗୁଁ କୋଲକାତାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଯାହା ସାଧାରଣ ଜୀବନକୁ ବାଧାପ୍ରାପ୍ତ କରିଛି।
ଏହି ଭୟଙ୍କର ବର୍ଷା ଏବଂ ଜଳବନ୍ଦୀ ଯୋଗୁଁ ଏପର୍ଯ୍ୟନ୍ତ ନଅ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କ ମଧ୍ୟରୁ ସାତ ଜଣଙ୍କର ମୃତ୍ୟୁ ବିଦ୍ୟୁତ୍ ଆଘାତରେ ହୋଇଛି।