ଅନ୍ତର୍ଜାତୀୟକ୍ରୀଡ଼ା

ଆଇସିସି ଏକ ଟାର୍ସ ଫୋର୍ସ ଗଠନ କରିଛି ।

ଭୁବନେଶ୍ୱର,ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଆଫଗାନିସ୍ତାନର ମହିଳା କ୍ରିକେଟ ଖେଳାଳି । ଏମାନଙ୍କୁ ଭାରତରେ ଭବ୍ୟ ସମ୍ବର୍ଦ୍ଧନା ସହ ଖେଳ ଦେଖିବା ପାଇଁ ଅନୁମିତ ମିଳିଛି । କାହିଁକି ଆଫଗାନିସ୍ତାନର ମହିଳା ଖେଳାଳିଙ୍କୁ ଭାରତରେ ସମ୍ବର୍ଦ୍ଧନା ଦିଆଯାଉଛି ଜାଣନ୍ତୁ..

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବା ଏକେବି, ୨୦୨୦ ମସିହାରେ ମହିଳା କ୍ରିକେଟ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ୨୫ ଜଣଙ୍କୁ ନେଇ ଏକ କନଟ୍ରାକ୍ଟରେ ସ୍ୱାକ୍ଷର କରିଥିଲା ।
ଏହାପରେ ଅନ୍ୟନ୍ୟ ଦେଶ ଭଳି ଆଫଗାନ ମହିଳା ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳିବେ ବୋଲି ଚର୍ଚ୍ଚା କରାଯାଉଥିଲା

ମାତ୍ର ଏହି ସମୟରେ ଆଫଗାନିସ୍ତାନ ଉପରେ ତାଲିବାନର ଶାସନ ଆରମ୍ଭ ହୋଇଯାଏ । ଦେଶରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ସହ ଘରୁ ବାହାରକୁ ବାହାରିବା କିମ୍ବା ଉଚ୍ଚ ଆବାଜରେ କଥା କହିବାକୁ ମନା କରାଯାଏ ।

କଡା ନିଅମ ଭିତରେ ମହିଳା କ୍ରିକେଟ ଖେଳ ବନ୍ଦ ହୋଇଯାଏ । ମାତ୍ର ଅନେକ ମହିଳା ଖେଳାଳି ନିଜ ପେଶାକୁ ବଞ୍ଚାଇ ରଖିବା ପାଇଁ ଅଷ୍ଟ୍ରେଲିଆ ସମେତ ଆଖପାଖ ଦେଶକୁ ପଳାନ୍ତି ଓ ସେଠାରେ ମ୍ୟାଚ ଖେଳିବା ଆରମ୍ଭ କରିଦିଅନ୍ତି ।

ଏଣୁ ଆଫଗାନିସ୍ତାନର ମହିଳା ଖେଳାଳିଙ୍କୁ ପୁଣି ଏକାଠି କରିବା ପାଇଁ ଆଇସିସି ଓ ଭାରତ ସମେତ କିଛି ଦେଶ ପ୍ରୟାସ କରୁଛନ୍ତି । ଏପରିକି ଆଇସିସି ସୂଚନା ଦେଇଛି କି ଯଦି ମହିଳା କ୍ରିକେଟ ଦଳ ଗଠନ ହୁଏ ତେବେ ଫଣ୍ଡିଙ୍ଗ ଦାୟିତ୍ୱ ସେ ନିଜେ ତୁଲାଇବ ।

ଆଫଗାନିସ୍ତାନ ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଆଇସିସି ଏକ ଟାର୍ସ ଫୋର୍ସ ଗଠନ କରିଛି ।

Related Articles

Back to top button