କ୍ରୀଡ଼ା

ଏଣିକି କୌଣସି ଭାରତୀୟ କ୍ରିକେଟରଙ୍କୁ ମିଳିବ ନାହିଁ ୭ ନମ୍ବରର ଜର୍ସି

ଏଣିକି କୌଣସି ଭାରତୀୟ କ୍ରିକେଟରଙ୍କୁ ମିଳିବ ନାହିଁ ୭ ନମ୍ବରର ଜର୍ସି । ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ସମ୍ମାନରେ ସମ୍ମାନିତ କରିଛି ଭାରତୀୟ କ୍ରିକେଟ ବୋର୍ଡ । ମାହିଙ୍କ ଜର୍ସି ନମ୍ବର ‘୭’ କୁ ସବୁଦିନ ପାଇଁ ରିଟାୟାର ଘୋଷଣା କରାଯାଇଛି ।

ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବରେ ଧୋନୀଙ୍କ ଜର୍ସି ନମ୍ବର ମଧ୍ୟ କ୍ରିକେଟରୁ ଅବସର ନେଇଛି । ଇଣ୍ଡିଆନ୍ କ୍ରିକେଟ ପ୍ରତି ମାହିଙ୍କ ଅବଦାନ ବିସିସିଆଇ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com