କ୍ରୀଡ଼ା

କମନୱେଲଥ ଗେମ୍ସରେ ଭାରତକୁ ପୁଣି ଏକ ପଦକ

୨୦୨୨ କମନୱେଲଥ ଗେମରେ ଭାରତ ୧୪ ଟି ପଦକ ହାସଲ କରିଛି । ଆଜି ୫ମ ଦିନରେ ଭାରତ ପକ୍ଷରୁ ନୌସେନା ଯବାନ ଲବପ୍ରୀତ ସିଂ ଭାରୋତ୍ତଳନରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ୧୪ତମ ପଦକ ହାସଲ କରିଛନ୍ତି । ସେ ପୁରୁଷ ବର୍ଗର ୧୦୯ କିଲୋଗ୍ରାମ ଓଜନ ବର୍ଗରେ ଏହି ପଦକ ହାସଲ କରିଛନ୍ତି । ସବୁଠାରୁ ବଡକଥା କି ଲବପ୍ରୀତ ସ୍ନେଚ, କ୍ଲିନ ଆଣ୍ଡ ଜର୍କ ଓ ଫାଇନାଲରେ ବି ଗୋଟିଏ ଗୋଟିଏ ଥରରେ ସଫଳ ହୋଇଥିଲେ ।

ସେପଟେ ଭାରତୀୟ ମହିଳା ହକି ଟିମ୍ ଚତୁର୍ଥ ମୁକାବିଲାରେ କାନାଡା ସହ ଖେଳ ଜାରି ରଖିଛି । ମ୍ୟାଚରେ ଭାରତ ୨-୧ ରେ ଆଗୁଆ ରହିଛି । ଏହା ପୂର୍ବରୁ ଭାରତ ଘାନାକୁ ୫-୦ ଓ ବେଲ୍ସକୁ ୩-୧ ରେ ପରାଜିତ କରିଥିଲା । ହେଲେ ଇଂଲଣ୍ଡ ବିରୋଧରେ ଭାରତୀୟ ମହିଳା ହକିଦଳ ପରାଜିତ ହୋଇଥିଲା । ସେହିଭଳି ସେମିଫାଇନାଲରେ ପ୍ରବେଶ କରିପାରନ୍ତି ନିଖତ-ଲବଲୀନ । ରାତି ୧୦.୩୦ ମିନିଟରେ ସେ ବକ୍ସିଂର ୪୮ କିଲୋ ବର୍ଗରେ ମୁହାଁ ମୁହିଁ ହେବେ ନିଖତ ଜରିନ ଓ ହେଲେନ ଜୋନ୍ସ । ସେହିଭଳି ରାତି ୧୨.୩୦ ରେ ୭୦ କିଲୋ ବର୍ଗ ବକ୍ସିଂରେ ଲବଲୀନା ବୋରଗୋହେନ ଓ ରୋଜି ଏକ୍ଲସ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com