କ୍ରୀଡ଼ା

ସିଙ୍ଗାପୁରରେ ୫୫ କେଜି ଭାରୋତ୍ତଳନ ବର୍ଗରେ ମୀରାବାଇ ଚାନୁଙ୍କୁ ସ୍ୱର୍ଣ୍ଣ, ରାଜ୍ୟଗୋଷ୍ଠୀ ଖେଳ ପାଇଁ ଯାେଗ୍ୟତା ହାସଲ

ନୂଆଦିଲ୍ଲୀ() ଭାରୋତ୍ତଳନରେ ଭାରତର ଷ୍ଟାର ମୀରାବାଇ ଚାନୁ ଶୁକ୍ରବାର ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସିଙ୍ଗାପୁର ଭାରୋତ୍ତଳନ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବା ସହ ରାଜ୍ୟଗୋଷ୍ଠୀ ଖେଳ ପାଇଁ ୫୫ କେଜି ବର୍ଗରେ କ୍ୱାଲିଫାଏ କରିଛନ୍ତି।

ପ୍ରଥମଥର ପାଇଁ ୫୫ କିଜେ ବର୍ଗରେ ଅଂଶଗ୍ରହଣ କରି ଚାନୁ ମୋଟ ୧୯୧ କିଜେ(୮୬ କେଜି ଏବଂ ୧୦୫ କେଜି) ଭାର ଉଠାଇଥିଲେ । ଅନ୍ୟ କୌଣସି ଖେଳାଳି ଚାନୁଙ୍କୁ ଟକ୍କର ଦେଇପାରି ନଥିଲେ । ଫଳରେ ସହଜରେ ସେ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅଷ୍ଟ୍ରେଲିଆର ଜେସିକା ସେବାଷ୍ଟେଙ୍କୋ ୧୬୭  ଭାର ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚାନୁ ତୁଳନାରେ ୨୪ କେଜି କମ ଉଠାଇଥିଲେ ଜେସିକା।

ମାଲେସିଆର ଏଲି ଏଙ୍ଗଲବର୍ଟ ୧୬୫ କେଜି ଭାର ଉଠାଇ ତୃତୀୟ ସ୍ଥାନରେ ରହିଥିଲେ । ଡିସେମ୍ୱରରେ ବିଶ୍ୱ ଚାମ୍ପିୟନସିପରୁ ଓହରିଥିବା ଚାନୁ ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଏହା ଥିଲା ତାଙ୍କର ପ୍ରଥମ ବଡ଼ ପ୍ରତିଯୋଗୀତା ।  ୨୭ ବର୍ଷିୟ ଏହି ଭାରତୀୟ ଖେଳାଳି ରାଜ୍ୟଗୋଷ୍ଠୀ ରାଙ୍କିଂ ଆଧାରରେ ୪୯ କେଜି ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ କ୍ୱାଲିଫାଏ କରିଥିଲେ, କିନ୍ତୁ ସ୍ୱର୍ଣ୍ଣ ପଦକ ଜିତିବାର ସମ୍ଭାବନାକୁ ଅଧିକ ବଢାଇବା ପାଇଁ ଚାନୁ ୫୫ ଜେଜି ବର୍ଗରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com