
ଭୁବନେଶ୍ୱର , ଗତବର୍ଷ ତୁଳନାରେ ଚଳିତ ବର୍ଷ ଜି ଏସ ଟି ଆଦାୟ ଆଶାନୁରୂପକ ହୋଇଛି । ଏପ୍ରିଲରୁ ସେପ୍ଟେମ୍ବର ୨୦୨୫, ପାଇଁ ଭାରତର ମୋଟ GST କଲେକ୍ସନ ୧୨.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ ୯.୮% ବୃଦ୍ଧି ପାଇଛି।ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ବୁଧବାର ଦିନ କହିଛି ଯେ ସେପ୍ଟେମ୍ବରରେ GST ସଂଗ୍ରହ ୧.୮୯ ଲକ୍ଷ କୋଟି ହୋଇଛି, ଯାହା ଗତ ବର୍ଷ ସମାନ ମାସରେ ୧.୭୩ ଲକ୍ଷ କୋଟି ଥିଲା।
ଏହା ଲଗାତାର ଦ୍ୱିତୀୟ ମାସ ଯେବେ GST ସଂଗ୍ରହ ୧.୮୫ ଲକ୍ଷ କୋଟି ଉପରେ ରହିଛି। ଅଗଷ୍ଟରେ ଏହା ୧.୮୬ ଲକ୍ଷ କୋଟି ଥିଲା, ଯାହା ବାର୍ଷିକ ଆଧାରରେ ୬.୫% ବୃଦ୍ଧିକୁ ପ୍ରତିନିଧିତ୍ୱ କରେ।ଛଅ ମାସ (ଏପ୍ରିଲରୁ ସେପ୍ଟେମ୍ବର ୨୦୨୫) ପାଇଁ ଭାରତର ମୋଟ GST କଲେକ୍ସନ ୧୨.୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ପ୍ରାୟ ୯.୮% ବୃଦ୍ଧି ପାଇଛି।
ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ମଧ୍ୟ ପର୍ବ ଋତୁରେ GST ଆଦାୟ ୩.୮ ଲକ୍ଷ କୋଟିରେ ପହଞ୍ଚିଥିଲା।ଏହା ଗତ ବର୍ଷର ସମାନ ସମୟ ତୁଳନାରେ ୭.୮% ବୃଦ୍ଧି, ଯାହା ଦେଶର ଅର୍ଥନୈତିକ ଶକ୍ତିକୁ ସୂଚିତ କରେ। ପର୍ବପର୍ବାଣୀ ବଜାରରେ କିଣାବିକାକୁ ବୃଦ୍ଧି କରିଥିଲା, ଯାହା ଫଳରେ ସରକାରଙ୍କ ପାଇଁ ଟିକସ ରାଜସ୍ୱ ଅଧିକ ହୋଇଥିଲା।ଏବେ କେବଳ ଦୁଇଟି ମୁଖ୍ୟ ସ୍ଲାବକୁ ହ୍ରାସ କରାଯାଇଛି: ୫% ଏବଂ ୧୮%।