ଜାତୀୟ

ମୁମ୍ବାଇ() ସାଧାରଣତଃ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରକାରର ହିରୋ ଦେଖିଥିବେ। କିନ୍ତୁ ବିଭିନ୍ନ ହିରୋଙ୍କର ଭିନ୍ନ ଅଭିନୟ ରହିଥାଏ। ହେଲେ ସମସ୍ତଙ୍କଠୁ ଭିନ୍ନ କୁଲ୍‌ ଥିବା ହିରୋ ବିଷୟରେ ଶୁଣିଛନ୍ତି କି। ତାଙ୍କ ନା ହେଉଛି ଜୟେଶଭାଇ, ଆଉ ତାଙ୍କ କାମ ହେଉଛି ଜୋରଦାର।

ଏଭଳି କିଛି ନିଆରା ଢ଼ଙ୍ଗରେ ନିଜ ଆଗାମୀ ଫିଲ୍ମର ଇଣ୍ଟରଡ୍ରକ୍ସନ କରାଇଛନ୍ତି ବଲିଉଡର ଅଭିନେତା ରଣବୀର ସିଂ। ବହୁପ୍ରତିକ୍ଷିତ ଫିଲ୍ମ ‘ଜୟେଶଭାଇ ଜେରଦାର’ର ରିଲିଜ ତାରିଖ ଘୋଷଣା ମଧ୍ୟ କରିଛନ୍ତି। ନିଜ ଅନ୍ଦାଜରେ ଏହାକୁ ଘୋଷଣା କରିଛନ୍ତି ବାଜିରାଓ ମସ୍ତାନୀ।

 

View this post on Instagram

 

A post shared by Ranveer Singh (@ranveersingh)

ଏହି ଫିଲ୍ମରେ ପୁଣିଥରେ ରଣବୀରଙ୍କୁ ଦେଖିବାକୁ ମିଳିବ ଭିନ୍ନ ଢଙ୍ଗରେ। ଏହି ଫିଲ୍ମରେ ସେ ଜଣେ ଗୁଜୁରାଟୀ ବ୍ୟକ୍ତି ଚରିତ୍ରରେ ନଜର ଆସିବେ। ତାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତ୍ରୀ ଶାଲିନୀ ପାଣ୍ଡେ। ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ଅନ୍ୟ ଭୂମିକାରେ ରତ୍ନା ପାଠକ ଓ ବୋମନ ଇରାନୀ ନଜର ଆସିବେ। ଦିବ୍ୟାଙ୍ଗ ଠକ୍କରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଆସନ୍ତା ମେ’ ୧୩ ତାରିଖରେ ଦେଖିବାକୁ ମିଳିବ ।

ସୂଚନା ମୁତାବକ, ରଣବୀର ସିଂହଙ୍କୁ ଶେଷ ଥର ପାଇଁ ଫିଲ୍ମ ‘୮୩’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଭାରତୀୟ ଦଳର ପୂର୍ବତନ ଷ୍ଟାର ଖେଳାଳି କପିଲ ଦେବଙ୍କ ଚରିତ୍ରରେ ନଜର ଆସିଥିଲେ। ଏହି ଫିଲ୍ମର ରଣବୀରଙ୍କ ଅଭିନୟକୁ ସବୁଆଡେ ପ୍ରଶଂସା କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com