
ଭୁବନେଶ୍ୱର,ଟିମ୍ ଇଣ୍ଡିଆ ଏହି ମାସରେ ଅଷ୍ଟ୍ରେଲିଆ ଗସ୍ତ କରିବ। ଦଳ ସେଠାରେ ଓ୍ୱାନଡେ ଏବଂ ଟି-୨୦ ମ୍ୟାଚ୍ ଖେଳିବ। ଏଥିପାଇଁ ଦଳ ଘୋଷଣା କରାଯାଇଛି।ଉଭୟ ଫର୍ମାଟ୍ ପାଇଁ ରିୟାନ ପରାଗଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ରିୟାନ ପରାଗ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ଗୋଟିଏ ଦିନିକିଆ ଖେଳିଛନ୍ତି।
ସେହି ମ୍ୟାଚ୍ ରେ ସେ କେବଳ ୧୫ ରନ୍ କରିଥିଲେ ଏବଂ ତିନୋଟି ୱିକେଟ ନେଇଥିଲେ।
ସେ ନଅଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା। ସେ ୧୭.୬୬ ହାରରେ ମାତ୍ର ୧୦୬ ରନ୍ କରିଥିଲେ ଏବଂ ଚାରୋଟି ୱିକେଟ ନେଇଥିଲେ।
ଟିମ୍ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ୨୦୨୫ ହାତେଇଲା। ଭାରତ ଏ ଦଳର ଖେଳାଳି ରିୟାନ ପରାଗ ଅଷ୍ଟ୍ରେଲିଆ ଏ ଦଳ ବିପକ୍ଷରେ ଦୁଇଟି ଅନୌପଚାରିକ ଦିନିକିଆରେ ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି।
ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଦଳରେ BCCI ସାମିଲ କରିନି। ଆଉ ଏହାପରେ ସେ ଫାଇନାଲ ମ୍ୟାଚରେ ତାଙ୍କ ବ୍ୟାଟିଂର ଜଲଓ୍ୱାରେ BCCIକୁ କଡ଼ା ଜବାବ ଦେଇଛନ୍ତି।