କ୍ରୀଡ଼ା

ନାଗପୁର ଟେଷ୍ଟ : ଭାରତ ୧୩୨ ରନରେ ବିଜୟୀ

ନାଗପୁର, ୧୧/୦୨/୨୦୨୩ –     ନାଗପୁର ଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ତାର ଦ୍ୱିତୀୟ ଇଂନିସରେ ୯୧ ରନରେ ଅଲଆଉଟ କରିଛି । ଫଳରେ ଏକ ଇଂନିସ ଆଉ ୧୩୨ ରନରେ ଭାରତ ବିଜୟ ଲାଭ କରିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଜାଡେଜା-ଅଶ୍ୱିନୀଙ୍କ ବୋଲିଂରେ ଧରାଶାୟୀ ହୋଇଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ଲାବ୍ରୁସେନ ୪୯, ଷ୍ଟିଭେନ ସ୍ମିଥ ୩୭ ରନ କରିଥିଲେ । ଫଳରେ ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ୧୭୭ ରନରେ ଅଲଆଉଟ ହୋଇ ଯାଇଥିଲା ।

ହେଲେ ଭାରତ ତାର ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୧୨୦ ରନ, ଅକ୍ଷର ପଟେଲ ୮୪ ଓ ରବିନ୍ଦ୍ର ଜାଡେଜା ୭୦ ରନ କରିଥିଲେ । ଫଳରେ ଭାରତ ୧୩୯ ଓଭର ଖେଳି ୪୦୦ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଟୋଡ ମର୍ଫି ସର୍ବାଧିକ ୭ଟି ୱିକେଟ ନେଇଥିଲେ ।

ହେଲେ ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ପୁଣି ବିଫଳ ହୋଇଥିଲା । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ପିନ ଆଗରେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନେ ତିଷ୍ଠି ପାରନଥିଲେ । ଦଳ ପକ୍ଷରୁ ସ୍ମିଥ ୨୫ ଓ ଲାବ୍ରୁସେନ ୧୭ ରନ କରିଥିଲେ । ଫଳରେ ଦଳ ୯୧ ପନରେ ଅଲ ଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଅଶ୍ୱିନୀଙ୍କୁ ସର୍ବାଧିକ ୫, ସାମିଙ୍କୁ ୨, ଜାଡେଜାଙ୍କୁ ୨ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ ମିଳିଥିଲା । ଆଉ ଭାରତ ଗୋଟିଏ ଇଂନିସ ୧୩୨ ରନରେ ବିଜୟ ହାସଲ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com