
ଭୁବନେଶ୍ୱର ,ସରକାରୀ ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଦୁର୍ବୁତ୍ତ । ଧାରୁଆ ଅସ୍ତ୍ରରେ ୭ ଜଣଙ୍କୁ ହାଣିଲେ।ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବସରେ ମୋଟ ୩୦ ଜଣ ଯାତ୍ରୀୂ ଥିଲେ ।
ଅଚାନକ ଏକ ଯୁବକ ବସକୁ ପଶି ଆସି ଧାରୁଆ ଅସ୍ତ୍ରରେ ସମସ୍ତ ଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲା ।
ଏଥିରେ ୭ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଅଭିଯୁ୍କ୍ତକୁ କାବୁ କରି ମାଡ ମାରିଲେ ଯାତ୍ରୀ । କଣାସ ଥାନା ଅଧିକାରୀଙ୍କ କବଳରେ ଅଭିଯୁକ୍ତ ଯୁବକ । କେଉଁଥି ପାଇଁ ଏଭଳି କାଣ୍ଡ କଲା ଦୁର୍ବୁତ୍ତ କାରଣ ଅସ୍ପଷ୍ଟ ।