
ଭୁବନେଶ୍ୱର , ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ,ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ।
ଭୁବନେଶ୍ୱର , ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ,ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଭେଟିଥିଲେ।
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ପଶ୍ଚିମବଙ୍ଗ ଆଉ ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ମହିଳାମାନଙ୍କ ପାଇଁ ପଶ୍ଚିମବଙ୍ଗକୁ ସୁରକ୍ଷିତ କରିବା ପାଇଁ ଦ୍ୱିତୀୟ ପୁନର୍ଜାଗରଣ ଆବଶ୍ୟକ। ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
ରାଜ୍ୟପାଳ ପୀଡ଼ିତାଙ୍କ ପିତାମାତାଙ୍କୁ ନ୍ୟାୟର ଆଶ୍ୱାସନା ଦେଇଥିଲେ। ସେ କହିଛନ୍ତି ଯେ ଘଟଣା ବିଷୟରେ ପୂର୍ବରୁ ବିସ୍ତୃତ ବିବରଣୀ ମାଗିସାରିଛନ୍ତି। ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ପୁଲିସ ପଞ୍ଚମ ଅଭିଯୁକ୍ତ ସଫିକୁଲ ଶେଖଙ୍କୁ ମଧ୍ୟ ଗିରଫ କରିଛି।
ପଶ୍ଚିମବଙ୍ଗର ଦୁର୍ଗାପୁରରେ, ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ୍ରେ କଥା ହୋଇଛନ୍ତି। ଏହାସହ ପୀଡ଼ିତାଙ୍କ ମା’ ଓ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପୀଡ଼ିତା ଜଣକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କୁ କହିଥିଲେ ଯେ ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି। ଯେପରି ଶୀଘ୍ର ସୁସ୍ଥ ହୋଇ ସାମାନ୍ୟ ଜୀବନଯାପନ କରି ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବେ ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।