ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଆଇପିଏଲ ୨୦୨୬ରେ ଅଂଶ ହେବେ ।

ଭୁବନେଶ୍ୱର,ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଆଇପିଏଲ ୨୦୨୬ରେ ଅଂଶ ହେବେ । କିନ୍ତୁ ସେ ଖେଳାଳି ଭାବେ ନୁହେଁ, ବରଂ ନୂଆ ଭୂମିକାରେ ନଜର ଆସିବେ । ୩୫ ବର୍ଷୀୟ ୱିଲିୟମ୍ସନଙ୍କୁ ଲକ୍ଷ୍ନୌସୁପର୍ ଜିଆଣ୍ଟସ୍ ର ଷ୍ଟ୍ରାଟେଜିକ୍ ଆଡଭାଇଜର୍ ନିଯୁକ୍ତ କରାଯାଇଛି । ପୂର୍ବତନ ଭାରତୀୟ କ୍ରିକେଟର ଜହିର ଖାନ ଏହି ଟିମର ମେଣ୍ଟର ପଦ ଛାଡ଼ିଥିଲେ । ତେବେ ୱିଲିୟମ୍ସନଙ୍କ ଯୋଗଦାନ ଟିମ୍ ପାଇଁ ଲାଭଦାୟକ ହୋଇପାରେ ।
କେନ ୱିଲିୟମ୍ସନ ଆଇପିଏଲ୍ ୨୦୨୬ ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟିମର ସଦସ୍ୟ ରହିବେ । ଉଲ୍ଲେଖଯୋଗ୍ୟ ଯେ ୱିଲିୟମ୍ସନ୍ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ସନ୍ନ୍ୟାସ ନେଇନାହାନ୍ତି । କିନ୍ତୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର କନଟ୍ରାକ୍ଟରୁ ଅସ୍ୱୀକାର କରିଥିଲେ, ଫଳରେ ଫ୍ରାଞ୍ଚାଇଜ୍ କ୍ରିକେଟରେ ଆକ୍ଟିଭ ରହିପାରିବେ ।
ସେପଟେ ଇଂଲଣ୍ଡର କାର୍ଲ କ୍ରୋଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟର ସ୍ପିନ୍ ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି ।
ପୂର୍ବରୁ ସେ କୋଲକାତା ନାଇଟ୍ ରାଇଡର୍ସର ସହ ଏହି ଭୂମିକାରେ ରହିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜଷ୍ଟିନ୍ ଲାଙ୍ଗର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ମୁଖ୍ୟ କୋଚ୍ ହୋଇ ରହିବେ….ସଞ୍ଜୀବ ଗୋଏଙ୍କା ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, “କେନଙ୍କ ରଣନୈତିକ ଚିନ୍ତାଧାରା ଓ ନେତୃତ୍ୱ ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡର ପ୍ରଭାବଶାଳୀ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେ ଜଣେ ଚମତ୍କାର ଖେଳାଳି, ମଣିଷ ଏବଂ ଅଧିନାୟକ । ତାଙ୍କର ଶାନ୍ତ ସ୍ୱଭାବ ଏବଂ ଖେଳାଳିମାନଙ୍କୁ ପ୍ରେରଣା ଦେବାର କ୍ଷମତା ମୋତେ ସର୍ବଦା ପ୍ରଭାବିତ କରିଛି । ଲଣ୍ଡନରେ ଆମର ସାକ୍ଷାତ ପରେ, କେନ, ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର ଏବଂ ଅଧିନାୟକ ରିଷଭ ପନ୍ତଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଥିଲା । ଏହା ପରେ, ଦଳ ପାଇଁ ସେ ସର୍ବୋତ୍ତମ ପସନ୍ଦ ବୋଲି ଆମେ ସମସ୍ତେ ନିଷ୍ପତ୍ତି ନେଇଥିଲୁ ।”