
ଭୁବନେଶ୍ୱର,ଅକ୍ଟୋବରରେ ପୁଣି ବଢ଼ିଲା ବାତ୍ୟା ଭୟ।ଆମେରିକାର J F S ମଡେଲ୍ କରିଛି ବାତ୍ୟାର ଆକଳନ। ବାତ୍ୟାନେଇ ଆମେରିକାର ପାଣିପାଗ ସଂସ୍ଥାର ପୂର୍ବାନୁମାନ କରାଯାଇଛି।୧୯୯୯ ଅକ୍ଟୋବରରେ ହୋଇଥିଲା ୨ଟି ଶକ୍ତିଶାଳୀ ବାତ୍ୟା। ଗୋଟିଏ ଅକ୍ଟୋବର ୧୭ ଗୋପାଳପୁର ବେଳାଭୂମି ଛୁଇଁଥିଲା। ଅକ୍ଟୋବର ୨୯ରେ ପ୍ରଳୟ ଆଣିଥିଲା ମହାବାତ୍ୟା। ଜଗତସିଂହପୁର ଏରସମାରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା।
କାରଣ ଆମେରିକାର GFS ମଡେଲ୍ ବର୍ତ୍ତମାନ ସେମିତି ଏକ ଆକଳନ କରୁଛିl ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗର,ରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଏହା କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ହୋଇପାରେ। ତେବେ ଏହା ବାତ୍ୟାରେ ପରିଣତ ହେବକି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଏହି ଅବପାତ ପ୍ରଭାବରେ ୨୧ ତାରିଖ ଠାରୁ ଦକ୍ଷିଣ ବଙ୍ଗୋପ ସାଗର ଓ ନିକଟସ୍ଥ ଆଣ୍ଡାମାନ ସାଗରରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୧ ତାରିଖ ପରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ଫେରିଆସିବା ଉଚିତ ବୋଲି ମଧ୍ୟ କହିଛନ୍ତି ।
୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା। ଗୋଟିଏ ୧୭ ଅକ୍ଟୋବରରେ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁ ଥିବାବେଳେ ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା। ଆଉ ୨୯ ଅକ୍ଟୋବରରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁ ଥିଲା। ଯାହା ଆଣିଥିଲା ମହାପ୍ରଳୟ। ବର୍ତ୍ତମାନ ବାତ୍ୟା ଆସିବ କି ନାହିଁ ତା’ର ଚିତ୍ର ଆଉ କିଛି ଦିନ ଭିତରେ ସ୍ପଷ୍ଟ ହେବ ।