
ଭୁବନେଶ୍ୱର ,ଦିଲ୍ଲୀ ବାୟୁରେ ବିଷ ପ୍ରବାହିତ ହେଉଛି… ସ୍ୱିସ ଏୟାର କ୍ୱାଲିଟି କାଢିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଦୂଷିତ ସହର ତାଲିକାରେ ପ୍ରଥମେ ରହିଛି ଦିଲ୍ଲୀ , ସରିଛି ଦୀପାବଳି, କଟକଣା ସହ ରାଜଧାନି ବାସୀଙ୍କୁ ରାତିରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଗ୍ରୀନ କ୍ରାକର୍ସ ଫୁଟାଇବା ପାଇଂ କୁହାଯାଇଥିଲା । ସେହି ଅନୁଯାୟୀ କାମ ହୋଇଥିଲା । ମାତ୍ର ଏହା ପରେ ମଦ୍ଦୀପାବଳି ଠାରୁ ଦିଲ୍ଲୀ ବାୟୁ ମଣ୍ଡଳରେ ଧୁଆଁର ଧଳା ଆସ୍ତରଣ ଦେଖିବାକୁ ମିଳିଥିଲା ।
ରାସ୍ତା ଦେଖାଯାଉନଥିଲା । ଏପରକି କିଛି ସ୍ଥାନରେ ବାୟୁ ଗୁଣବତା ସୂଚକାଙ୍କ ୫୦୦ ଟପି ଯାଇଥିଲ।। ବାୟୁ ପ୍ରଦୂଷଣ ପ୍ରଭାବରେ ଅନେକ ସ୍ଥାନରେ ଲୋକଙ୍କ ଆଖି ଜଲା ପୋଡା ହେଉତିବାର କୁହାଯାଇଚି । ତେବେ ଭାବନ୍ତୁ ଦିଲ୍ଲୀର ପରିସ୍ଥିତି ଏବେ କିଭଳି ରହିଥିବ ।
ଶୀତ ଦିନେ ନଡା ଜଳା ହେବାରୁ ତାର ଧୁଆଁରେ ଦିଲ୍ଲୀର ପରିସ୍ଥିତି ବହୁତ ଖରାପ ହୋଇଥିବାରୁ ସରକାର ନଡା ପୋଡାକୁ ବନ୍ଦ କରିବା ପାଇଁ କହିଥିଲେ । ପ୍ରାୟ ୭୭ ପ୍ରତିଶତ ସ୍ଥାନରେ ନଡା ପୋଡାକୁ ନିୟନ୍ତ୍ରଣ କରାଯାଇପାରିଛି ।ଗତକାଲି ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ଏକ ଖରାପ ରେକର୍ଡ ହାସଲ କରିଛି । ସ୍ୱିସ ଏୟାର କ୍ୱାଲିଟି କାଢିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଦୂଷିତ ସହର ତାଲିକାରେ ପ୍ରଥମେ ରହିଛି ଦିଲ୍ଲୀ , ଏହା ପରକୁ ପାକିସ୍ତାନର ଲାହୋର ରହିଛି ।