
ଭୁବନେଶ୍ୱର ,ରାଷ୍ଟ୍ରପତି ମୁର୍ମୁ ଅକ୍ଟୋବର ୨୧ ତାରିଖରେ କେରଳର ତିରୁବନନ୍ତପୁରମରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଏକ ବଡ଼ ଦୁର୍ଘଟଣାରୁ ,ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଠାଣମଥିଟ୍ଟାର ପ୍ରମାଦମ୍ ଷ୍ଟାଡିୟମରେ ଥିବା ହେଲିପ୍ୟାଡ୍, ଯେଉଁଠାରେ ତାଙ୍କ ହେଲିକପ୍ଟର ଅବତରଣ କରିଥିଲା, ତାହା ସାମାନ୍ୟ ଭୁଶୁଡ଼ି ପଡ଼ିଥିବା ପରି ମନେ ହେଉଛି।
ବାୟୁସେନା ହେଲିକପ୍ଟରର ଓଜନ ଯୋଗୁଁ ହେଲିପ୍ୟାଡର ଏକ ଅଂଶ ଭୁଶୁଡ଼ି ପଡ଼ିଛି ବୋଲି ମନେ ହେଉଛି।କୌଣସି ବଡ଼ ଅଘଟଣ ଘଟିନାହିଁ। ଘଟଣାସ୍ଥଳରେ ନିୟୋଜିତ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଫସି ଯାଇଥିବା ଅଞ୍ଚଳରୁ ହେଲିକପ୍ଟରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ହେଲିକପ୍ଟରକୁ ଠେଲି ବାହାର କରାଯାଉଥିବା ଦେଖାଯାଉଛି।
ସେ ଆଜି ସାବରୀମାଳା ମନ୍ଦିର ପରିଦର୍ଶନ କରିବାର ଯୋଜନା ରଖିଛନ୍ତି। ତା’ପରେ ସେ ଗୁରୁବାର ତିରୁବନନ୍ତପୁରମର ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସେ ଭାର୍କଲାର ଶିବଗିରି ମଠରେ ଶ୍ରୀ ନାରାୟଣ ଗୁରୁଙ୍କ ମହାସମାଧି ଶତବାର୍ଷିକୀ ସମାରୋହର ମଧ୍ୟ ଉଦଘାଟନ କରିବେ।ରାଷ୍ଟ୍ରପତି କୋଟ୍ଟାୟମ ଜିଲ୍ଲାର ପାଲାରେ ଥିବା ସେଣ୍ଟ ଥମାସ କଲେଜର ୭୫ତମ ବାର୍ଷିକୀ ସମାରୋହର ସମାପନୀ ଉତ୍ସବରେ ମଧ୍ୟ ଯୋଗଦେବେ। ସେ ଅକ୍ଟୋବର ୨୪ ତାରିଖରେ କେରଳ ଗସ୍ତ ଶେଷ କରି ଏର୍ଣ୍ଣାକୁଲମରେ ଥିବା ସେଣ୍ଟ ଟେରେସା କଲେଜର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବେ।