ଅପରାଧଓଡ଼ିଶା

ଗଜପତି ଜିଲ୍ଲାରେ ବନ୍ଧୁକ କାରଖାନା ଠାବ, ୧୨ ଦେଶି ବନ୍ଧୁକ ଜବତ, ୨ ଗିରଫ

ମୋହନା, ୨୩ ଅକ୍ଟୋମ୍ବର : ଗଜପତି ଜିଲ୍ଲାର ଆଡୱା ଥାନା ସୀମା ଅନ୍ତର୍ଗତ ଗାଲାପାଜୁ ଗାଁରେ ଏକ ବନ୍ଧୁକ ତିଆରି କାରଖାନା ଉପରେ ପୋଲିସ ଚଢାଉ କରିଛି। କାରଖାନା ସହିତ ବାରଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଉଛନ୍ତି ଗାଲାପାଜୁ ଗ୍ରାମର ଘନଶ୍ୟାମ ପ୍ରଧାନ ଏବଂ ଚିହୁରିପଡ଼ା ଗ୍ରାମର ହରିଶ୍ଚନ୍ଦ୍ର ମଲିକ।

ଘନଶ୍ୟାମ ଗାଲାପାଜୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ତିଆରି ଏବଂ ବିକ୍ରୟ କରୁଥିଲେ ବୋଲି ଗଜପତି ଏସପି ଯତୀନ୍ଦ୍ର ପଣ୍ଡା ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଗତକାଲି ମୋହନା ପୋଲିସ ମୋହନା ଥାନା ସୀମା ଅନ୍ତର୍ଗତ ଚିହୁରିପଡ଼ା ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲା।


ସେହି ଗ୍ରାମର ବାସିନ୍ଦା ହରିଶ୍ଚନ୍ଦ୍ର ଦୁଇଟି ଦେଶୀ ବନ୍ଧୁକ ଧରି ରାସ୍ତାରେ ଯାଉଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ପରେ ହରିଶ୍ଚନ୍ଦ୍ର କହିଛନ୍ତି ଯେ ସେ ଗଲାପାଜୁ ଗ୍ରାମର ଘନଶ୍ୟାମଙ୍କଠାରୁ ବନ୍ଧୁକ କିଣିଥିଲେ।

Related Articles

Back to top button