
ଭୁବନେଶ୍ୱର , ଭାରତ ପାଇଁ କର ବା ମର ସ୍ଥିତି । ମ୍ୟାଚ ହାରିଲେ ସିରିଜ ହାରିବ । ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆ ଜିତି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି କଙ୍ଗାରୁ ଦଳ ।
ପ୍ରଥମ ଦିନିକିଆରେ ଭାରତୀୟ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଟିମ ପାଇଁ ଚିନ୍ତା ବଢ଼ାଇଛି । ଘରୋଇ ଦଳ ଏହି ମ୍ୟାଚ୍ ଜିତି ସିରିଜ କବ୍ଜା କରିବାର ଅପେକ୍ଷାରେ ରହିଥିବାବେଳେ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ତେଣୁ ଦୁଇ ଦଳ ଆଡିଲେଡରେ ଶକ୍ତି ପରୀକ୍ଷା ଦେବେ ।
ଆଡିଲେଡରେ ଭାରତୀୟ ଦଳର ରେକର୍ଡ ଭଲ ରହିଛି। ଗିଲଙ୍କ ନେତୃତ୍ୱରେ, ଟିମ୍ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ପର୍ଥ ଲଢ଼େଇ ଭଳି ଏହି ମ୍ୟାଚ୍ରେ ମଧ୍ୟ ସମସ୍ତଙ୍କ ନଜର ଦୁଇ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ।
ଅଷ୍ଟ୍ରେଲିଆର ଆଡିଲେଡ ଓଭାଲ ଭାରତର ଘରୋଇ ଗ୍ରାଉଣ୍ଡ ପରି । ଭାରତୀୟ ଦଳ ଏଠାରେ ୧୫ଟି ମ୍ୟାଚ୍ ଖେଳିଛି । ସେଥିରୁ ୯ଟି ମ୍ୟାଚ୍ ଜିତିଥିବା ବେଳେ ୫ଟିରେ ପରାଜୟର ସମ୍ମୁଖୀନ ହୋଇଛି । ଅର୍ଥାତ୍ ଭାରତ ଏଠାରେ ସେମାନଙ୍କର ୬୦ ପ୍ରତିଶତ ମ୍ୟାଚ୍ ଜିତିଛି, ଯାହା ଅନ୍ୟ ଅଷ୍ଟ୍ରେଲିଆ ଗ୍ରାଉଣ୍ଡ ତୁଳନାରେ ଅଧିକ ।
ଏହି ଗ୍ରାଉଣ୍ଡରେ ବିରାଟ କୋହଲି ପ୍ରତ୍ୟେକ ମ୍ୟାଚରେ ଶତକ ମାରିଛନ୍ତି । ତେବେ ୧୭ ବର୍ଷ ମଧ୍ୟରେ ଏହି ଗ୍ରାଉଣ୍ଡରେ କୌଣସି ଦିନିକିଆ ହାରିନି ଟିମ ଇଣ୍ଡିଆ ।