ଓଡ଼ିଶାମୌସୁମୀ

ବଙ୍ଗୋପସାଗରରେ ଲୋପ୍ରେସର, ୨୭ ଅକ୍ଟୋବରରେ ବାତ୍ୟା‘ମୋନ୍ଥା’ରେ ପରିଣତ ହେବାର ସମ୍ଭାବନା

 

ଭୁବନେଶ୍ୱର, ୨୫ ଅକ୍ଟୋବର : ବଙ୍ଗୋପସାଗରରେ ନୂତନ ଭାବେ ଗଠିତ ହୋଇଥିବା ଏକ ନିମ୍ନଚାପ ପ୍ରବଳ ହୋଇ ଶିଘ୍ର ଗଭୀର ନିମ୍ନଚାପରେ ପରିଣତ ହେବାର ଆଶଙ୍କା ରହିଛି। ଭାରତୀୟ ଆବହାବିଭାଗ (IMD) ଜଣାଇଛି ଯେ, ଏହା ୨୭ ଅକ୍ଟୋବର ସୁଦ୍ଧା ‘ମୋନ୍ଥା’ ନାମକ ଘୂର୍ଣ୍ଣିବାତ୍ୟାର ଆକାର ନେଇପାରେ ଏବଂ ୨୮ ଅକ୍ଟୋବର ଚାରିପାଖ ଭିଜାଗ (ବିଶାଖାପଟ୍ଟଣମ) ଉପକୂଳ ଅଞ୍ଚଳ ଦେଇ ଭୂମିସ୍ପର୍ଶ କରିପାରେ।

ଏହି ପ୍ରବଳ ବାତ୍ୟାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ୨୭ ଓ ୨୮ ଅକ୍ଟୋବର ଦିନ ସଭାରଣରୁ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଉପରେ ଜୋର ହାଡ଼ି ବାତାସ ବହିବା ଓ ସମୁଦ୍ର ତେଜ ହେବା ଆଶା କରାଯାଇଛି।

IMD ମାଛଧରାଳିମାନଙ୍କୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଛି। ସେହିପରି ଉପକୂଳ ଅଞ୍ଚଳରେ ଥିବା ପ୍ରଶାସନ ଓ ଜନସାଧାରଣଙ୍କୁ ଆବଶ୍ୟକ ପ୍ରସ୍ତୁତି ନେବା ଓ ସରକାରୀ ନିର୍ଦ୍ଦେଶ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।

ଓଡ଼ିଶାର ଗଞ୍ଜାମ, ଗୋପାଳପୁର, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ମୟୁରଭଞ୍ଜ ଜିଲ୍ଲାରେ ଭାରି ବର୍ଷା ଓ ଜୋର ବାତାସ ହେବା ଆଶା ରହିଛି।

ପ୍ରଶାସନ ପକ୍ଷରୁ ବିପଦ୍ ବ୍ୟବସ୍ଥାପନ ଟିମ୍ ଓ ନିର୍ବାପଣ ବିଭାଗକୁ ସଜାଗ ରଖାଯାଇଛି।

Related Articles

Back to top button