କ୍ରିକେଟର ଶ୍ରେୟସ ଆୟର ସିଡନୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର ,ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ମ୍ଯାଚରେ ଆଲେକ୍ସ କ୍ଯାରିଙ୍କ ୱିକେଟ ନେବାକୁ ଯାଇ ଜମ୍ପ କରିଥିଲେ କ୍ରିକେଟର ଶ୍ରେୟସ ଆୟର ।
ଫଳରେ ତାଙ୍କ ଅଣ୍ଟାରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଡ୍ରେସିଂ ରୁମକୁ ନିଆଯାଇଥିଲା ।
ମାତ୍ର ଯନ୍ତ୍ରଣା ନ କମିବାରୁ ସିଡନୀର ଏକ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ଯାଚ ବିଷିଷ୍ଟ ODI ସିରିଜରେ ଆହତ ହୋଇଥିଲେ ଉପଅଧିନାୟକ ଶ୍ରେୟସ ଆୟର । ଏହାପରେ ତାଙ୍କୁ ସିଡନୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ମାତ୍ର ରକ୍ତସ୍ରାବ ବନ୍ଦ ନହେବାରୁ ତାଙ୍କୁ ବର୍ତ୍ତମାନ ICU ରେ ଭର୍ତ୍ତି କରାଯାଇଛି ।
ଦୁଇ ରୁ ସାତ ଦିନ ପର୍ଯ୍ଯନ୍ତ ତାଙ୍କୁ ସେଠାରେ ରହିବାକୁ ପଡିବ, ଯଦି ସେ ଶୀଘ୍ର ସୁସ୍ଥ ହୋଇଯାନ୍ତି ତେବେ ସେ ଖୁବଶୀଘ୍ର ଫେରିଆସିବେ । ମାତ୍ର ସଂକ୍ରମଣରୁ ତାଙ୍କୁ ବଁଚାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ସେ ସୁସ୍ଥ ହେବା ପର୍ଯ୍ୟନ୍ତ ସିଡନୀ ହସ୍ପିଟାଲରେ ରହିବେ । ଶ୍ରେୟସ ଆଗକୁ ଖେଳାଯିବାକୁ ଥିବା ଟି-ଟ୍ବେଣ୍ଟି ସ୍କ୍ବାଡରେ ସାମିଲ ହେବେ ନାହିଁ ।




