
ଭୁବନେଶ୍ୱର,ବାତ୍ୟା ‘ମୋନ୍ଥା’ର ପ୍ରଭାବକୁ ନଜର ରଖି କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି ବୃଦ୍ଧି କଲେ, ସରକାର।
ନଭେମ୍ବର ୩ ତାରିଖ ଯାଏ ଫର୍ମ ପୂରଣ ଅବଧି ବୃଦ୍ଧି କଲେ ସରକାର।
୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ।
ତେବେ ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ କଲେଜ ଓ ସ୍କୁଲରୁ ଅନୁରୋଧ ଆସିଥିଲା ।
କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ ପରେ CHSE ଏହି ନିଷ୍ପତ୍ତି ନେଇଛି ।
ଅକ୍ଟୋବର ୨୮ ତାରିଖ ଥିଲା ଫର୍ମ ପୂରଣ ଶେଷ ତାରିଖ।




