ଓଡ଼ିଶାରାଜନୀତି

ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ।

  ଭୁବନେଶ୍ୱର ,ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ । ବିଜେପିରେ କାହିଁକି ବୁଲୁଛୁ କହି ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା । ତେବେ ଏନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳି ନାହିଁ ।

ନୂଆପଡ଼ା ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ବିରୋଧି ଦଳ ନେତାଙ୍କ ଏଭଳି କାଣ୍ଡ ଦଳ ପାଇଁ ସମସ୍ୟାର କାରଣ ହୋଇପାରେ ।ଗତକାଲି ଜଣେ ଯୁବକ ନୂଆପଡାର କୋମନା ଥାନାରେ ତାଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ମୁତାବିକ,ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ତାଙ୍କୁ ମାଡ଼ ମାରିଥିଲେ । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ତାଙ୍କୁ ଗାଲିଗୁଲଜ ମଧ୍ୟ କରିଥିଲେ । ଏନେଇ ଥାନାରେ ଏତଲା ଦେଇଥିଲେ ଯୁବକ ।

ଏପରିକି ପୋଲିସ ତାଙ୍କୁ ଉଦ୍ଧାର କରିନଥିଲେ ସେ ଜୀବନ ପାଇ ପାରିନଥାନ୍ତେ ବୋଲି ମଧ୍ୟ କହିଛନ୍ତି । ଏଥିପାଇଁ ଘଟଣାର ତଦନ୍ତ ଦାବି କରି ନ୍ୟାୟ ମାଗିଛନ୍ତି ଅଭିଯୋଗକାରୀ।

Related Articles

Back to top button